ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲ୍‌କୁ ସିବିଏସ୍‌ଇ ପୁରସ୍କାର

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗରସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍‌କୁ ‘ଶ୍ରେଷ୍ଠ ସିବିଏସ୍‌ଇ’ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରଠାରେ ନୂଆଦିଲ୍ଲୀର ସିଇଡି ( ସେଣ୍ଟର୍‌ ଅଫ୍‌ ଏଜୁକେସ୍‌ନାଲ୍‌ ଡେଭଲପ୍‌ମେଣ୍ଟ) ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସିଓ୍ଵାଇଏସ୍‌ଡିର ନିର୍ଦେଶକ ଜଗଦାନନ୍ଦଙ୍କଠାରୁ ହାଇସ୍କୁଲ୍‌ର ଅଧ୍ୟକ୍ଷ ପ୍ରଦୀପ କୁମାର ତ୍ରିପାଠୀ ଟ୍ରଫି ଓ ସାର୍ଟିଫିକେଟ୍‌ ଗ୍ରହଣ କରିଥିଲେ। ଏଥିପାଇଁ ସ୍କୁଲ୍‌ର ନିର୍ଦ୍ଦେଶକ ରାଜୀବ ଲୋଚନ ମହାନ୍ତି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର