ଷ୍ଟାନ୍‌ଫୋର୍ଡ ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ‘ଗୀତା’ ଗବେଷକ

ଭୁବନେଶ୍ବର: ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ୨% ପ୍ରଭାବଶାଳୀ ଗବେଷକମାନଙ୍କ ତାଲିକାରେ ଗୀତା ଅଟୋନମସ କଲେଜର ପ୍ରଫେସର ଡ଼.ଗୋପୀନାଥ ପଲାଇ ସ୍ଥାନ ପାଇଛନ୍ତି।ସେ ବର୍ତମାନ ଗୀତାରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଟେଲିକମ୍ୟୁନିକେସନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।

ମେସିନ୍ ଲର୍ଣ୍ଣିଂ ଓ ଫୋଟୋନିକ୍‌କୁ ନେଇ ଇଲେକ୍ଟ୍ରୋନିକ୍ସ ଉପକରଣ ଉପରେ ସେ ପ୍ରସ୍ତୁତ କରିଥିବା ନିବନ୍ଧ ଓ ସନ୍ଦର୍ଭ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହୋଇଛି। ସେ ବିପିୟୁଟିର ସର୍ବଶ୍ରେଷ୍ଠ ଗବେଷଣା ପୁରସ୍କାର ମଧ୍ୟ ପାଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଗୀତାର ଚେୟାରମ୍ୟା ନ୍ଡ଼. ସତ୍ୟ ପ୍ରକାଶ ପଣ୍ଡା, ସେକ୍ରେଟାରୀ ଡ. ଚନ୍ଦ୍ରଧ୍ୱଜ ପଣ୍ଡା ଏବଂ ଭାଇସ୍‌ ଚେୟାରମ୍ୟାନ୍ ବିରଞ୍ଚି ନାରାୟଣ ପଣ୍ଡା ଶୁଭେଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର