ଷ୍ଟାର୍ କିରଣରେ ୬ରୁ ପ୍ରସାରଣ ଆରମ୍ଭ

ଭୁବନେଶ୍ବର: ଡିଜ୍‌ନି ଷ୍ଟାରର ଓଡ଼ିଆ ମନୋରଂଜନ ଚ୍ୟାନେଲ ଷ୍ଟାର୍ କିରଣ ପକ୍ଷରୁ ଆସନ୍ତା ୬ ତାରିଖରୁ ପ୍ରିମିୟର ଆରମ୍ଭ ହେବ। ଓଡ଼ିଶା ଲୋକଙ୍କ ରୁଚି, ପସନ୍ଦଳ ସଂସ୍କୃତି ଓ ମୂଲ୍ୟବୋଧ ଆଦିକୁ ଦୃଷ୍ଟିରେ ରଖି ଚ୍ୟାନେଲ ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି। ପୂରାଣ ଠାରୁ ଆରମ୍ଭ କରି ଲୋକପ୍ରିୟ କାହାଣୀ, ଫାଣ୍ଟାସି ଥ୍ରିଲର ଆଦି ବିଷୟ ଉପରେ ବିଭିନ୍ନ ପ୍ରକାର ଧାରାବାହିକ ପ୍ରସ୍ତୁତ ହୋଇଛି। ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ୬ଟାରେ ରାଧାକୃଷ୍ଣ ନାମରେ ଏକ ଧାରାବାହିକ ପ୍ରସାରିତ ହେବ। ସେହିଭଳି ସୋମବାରରୁ ଶନିବାର ସନ୍ଧ୍ୟା ୬ଟା ୩୦ରେ ମା’, ରାତି ୭ଟାରେ ତୁ କହିବୁ ନା ମୁଁ, ରାତି ୭ଟା ୩୦ରେ କିଏ ପର କିଏ ଆପଣାର, ରାତି ୮ଟାରେ ଶାନ୍ତି, ରାତି ୮ଟା ୩୦ରେ ସୁହାଗ ସିନ୍ଦୂର ପ୍ରସାରଣ ହେବ। ସେହିଭଳି ସୋମବାରଠାରୁ ରବିବାର ପର୍ଯ୍ୟନ୍ତ ରାତି ୯ଟାରେ ମହାଦେବ ଏବଂ ରାତି ୧୦ଟାରେ ନଜରର ପ୍ରସାରଣ କରାଯିବ। ସବୁ ପ୍ରମୁଖ ଡିଟିଏଚ୍‌ ଏବଂ ଲୋକାଲ କେବୁଲ ପ୍ଲାଟଫର୍ମରେ ଏହି ଚ୍ୟାନେଲ ଉପଲବ୍ଧ ହେବ। ତେଣୁ ଦର୍ଶକମାନେ ୬ ତାରିଖ ସନ୍ଧ୍ୟା ୬ଟାରୁ ଉକ୍ତ ଚ୍ୟାନେଲ ଜରିଆରେ କାର୍ଯ୍ୟକ୍ରମ ଦେଖିପାରିବେ।

ସମ୍ବନ୍ଧିତ ଖବର