ନୂଆଦିଲ୍ଲୀ: ଷ୍ଟାରବକ୍ସର ସିଇଓ ଭାବେ ନିଯୁକ୍ତି ପାଇଥିବା ଲକ୍ଷ୍ମଣ ନରସିଂହନ ବର୍ଷକୁ ୧୪୦ କୋଟି ଟଙ୍କା ଦରମା ପାଇବେ। ଏହା ପୂର୍ବରୁ ରେକିଟ୍ ଆଣ୍ଡ୍ ବେନ୍କାଇଜର୍ର ସିଇଓ ଭାବେ କାମ କରୁଥିବା ବେଳେ ଲକ୍ଷ୍ମଣ ୫୫ କୋଟି ଟଙ୍କାର ବେତନ ଘରକୁ ନେଉଥିଲେ। ଷ୍ଟାରବକ୍ସ ତାଙ୍କ ପାଇଁ ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯଦି ସେ ତାହାକୁ ହାସଲ କରିବାରେ ସଫଳ ହେବେ ତେବେ କଂପାନି ୧୪୦ କୋଟି ଟଙ୍କାର ବେତନ ଦେବ। ରାଜସ୍ବ ଦୃଷ୍ଟିରୁ ରେକିଟ୍ ଆଣ୍ଡ୍ ବେନ୍କାଇଜର୍ଠାରୁ ଦୁଇ ଗୁଣା ବଡ଼ ହେଉଛି ଷ୍ଟାରବକ୍ସ। ସେହି ଅନୁସାରେ ଲକ୍ଷ୍ମଣ ଅଧିକ ବେତନ ପାଇବାକୁ ହକଦାର। ଷ୍ଟାରବକ୍ସ ହେଉଛି ୫୦ ବର୍ଷ ପୁରୁଣା ଏକ ସଂସ୍ଥା ଯାହାର ବିଶ୍ବର ୩୪ ହଜାର ସ୍ଥାନରେ ଉପସ୍ଥିତି ରହିଛି। ଏବେ ଲଣ୍ଡନରେ ଥିବା ଲକ୍ଷ୍ମଣ ଅକ୍ଟୋବରରେ ଆମେରିକା ସିଆଟଲ୍ ସହ ଯାଇ ସେଠାରେ ଷ୍ଟାରବକ୍ସ ପାଇଁ କାମ ଆରମ୍ଭ କରିବେ। ୨୦୨୩ ଏପ୍ରିଲ୍ ୧ରେ ସିଇଓ ଭାବେ ତାଙ୍କ ଅସଲ କାମ ଆରମ୍ଭ ହେବ। ପୁନେ ବିଶ୍ବବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂ ପାଠ ପଢ଼ିଥିବା ଲକ୍ଷ୍ମଣଙ୍କ ପାଖରେ ବ୍ୟବସାୟ ପରିଚାଳନାର ୩୦ ବର୍ଷର ଅଭିଜ୍ଞତା ରହିଛି।
ବର୍ଷକୁ ୧୪୦ କୋଟି ଦରମା ପାଇବେ ଷ୍ଟାରବକ୍ସ ସିଇଓ
/sambad/media/post_attachments/wp-content/uploads/2022/09/45g65da4g65da4gd65d4g65gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)