ଷ୍ଟାରବକ୍ସ ପ୍ରତିଷ୍ଠାତା ଖାଇଲେ ଦୋସା

ବେଙ୍ଗାଲୁରୁ : ଭାରତ ଗସ୍ତରେ ଆସିଥିବା ବିଶ୍ବ ପ୍ରସିଦ୍ଧ କଫି ଶୃଙ୍ଖଳାର ସହ ପ୍ରତିଷ୍ଠାତା ଜେଭ୍ ସିଜଲ୍ ମସଲା ଦୋସା ଓ ଫିଲ୍‌ଟର କଫିର ମଜା ନେଇଛନ୍ତି। ବେଙ୍ଗାଲୁରୁର ପ୍ରସିଦ୍ଧ ରେସ୍ତୋରାଁ ବିଦ୍ୟାର୍ଥୀ ଭବନରେ ସେ ଦୋସା ଖାଇଛନ୍ତି। ରେସ୍ତୋରାଁର ଆତିଥେୟତାକୁ ସେ ବହୁତ ପ୍ରଶଂସା କରିଛନ୍ତି। ଏଠାରେ ପ୍ରସିଦ୍ଧ ଖାଦ୍ୟ, କଫି ଓ ଆତିଥେୟତାକୁୁ ଉପଭୋଗ କରିବା ଗର୍ବର ବିଷୟ ବୋଲି ସିଜଲ କହିଛନ୍ତି।

ସମ୍ବନ୍ଧିତ ଖବର