ବନ୍ଦେ ଭାରତ ଏକ୍ସ‌େପ୍ରେସ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ: ଭାରତର ପ୍ରଥମ ସେମି ହାଇସ୍ପିଡ ‌ଟ୍ରେନ ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଶୁଭାରମ୍ଭ ଆଜି ହୋଇଛି। ନୂଆଦିଲ୍ଲୀ ଷ୍ଟେସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବିଧିବଦ୍ଧଭାବେ ଆସନ୍ତା ୧୭ ତାରିଖରୁ ଏହି ଟ୍ରେନର ଚଳାଚଳ ଯାତ୍ରୀଙ୍କୁ ନେଇ ହେବ। ଦିଲ୍ଲୀରୁ ବାରଣାସୀରେ ପହଞ୍ଚିବା ପାଇଁ ଟ୍ରେନକୁ ୮ ଘଣ୍ଟା ସମୟ ଲାଗିବ। ସୋମବାର ଓ ଗୁରୁବାର ବ୍ୟତୀତ ଅନ୍ୟ ସବୁଦିନ ଏହି ଟ୍ରେନ ଚଳାଚଳ କରିବ ବୋଲି ଜଣାଯାଇଛି। ଯାତ୍ରୀ ପିଛା ଏକଜିକ୍ୟୁଟିଭ କ୍ଲାସର ଟିକଟ ମୂଲ୍ୟ ୩୩୧୦ ଟଙ୍କା ଏବଂ ଚେୟାର କାର୍‌ର ଟିକଟ ମୂଲ୍ୟ ୧୭୬୦ ଟଙ୍କା ରହିଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିରେ ଏହି ଟ୍ରେନ ୧୮ ମାସ ମଧ୍ୟରେ ନିର୍ମାଣ ହୋଇଥିଲା। ଫଳରେ ପ୍ରଥମେ ଏହି ଟ୍ରେନର ନାମ ‘ଟ୍ରେନ ୧୮’ ରଖାଯାଇଥିଲାବେଳେ ପରେ ଏହାର ନାମ ବଦଳା ଯାଇଥିଲା।

ସମ୍ବନ୍ଧିତ ଖବର