ଭୁବନେଶ୍ୱର: ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ୍, ଭୁବନେଶ୍ୱରରେ ଚଳିତ ମାସ ୨୪ରେ ଏକ ଷ୍ଟାର୍ଟଅପ୍ କନ୍କ୍ଲେଭ୍ ଆୟୋଜିତ ହେବ। ଏହି ଅବସରରେ ସଫଳ ଉଦ୍ୟୋଗୀମାନେ ସେମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଛାତ୍ରଛାତ୍ରୀମାନଙ୍କ ସାମ୍ନାରେ ବର୍ଣ୍ଣନା କରିବେ।
କନ୍କ୍ଲେଭ୍ରେ ଛାତ୍ରଛାତ୍ରୀ, ଯୁବ ଉଦ୍ୟୋଗପତି, ଶିକ୍ଷାବିତ୍, ଗବେଷକ, ବ୍ୟବସାୟ ପରିଚାଳନା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ଅଂଶଗ୍ରହଣ କରିବେ। ଏହି ଅବସରରେ ରାଜ୍ୟ ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ଡକ୍ଟର ମହାଦେବ ପ୍ରସାଦ ଜୈସଓ୍ଵାଲ୍, ଇନୋଭେସନ୍ ଭାନ୍ଜେଲିଷ୍ଟର ପ୍ରତିଷ୍ଠାତା ଡକ୍ଟର ପବନ ସୋନି, ଆଇଆଇଟି ଭୁବନେଶ୍ୱରର ବାର୍ବେ ଏଣ୍ଟରପ୍ରେନୋସ୍ମିକ୍ ସେଲ୍ ଓ ସାକ୍ରୋବୋଟିକ୍ସ ଲ୍ୟାବ୍ର ପ୍ରତିଷ୍ଠାତା ସାକ୍ୟ ସିଂହ ମହାପାତ୍ର ଯୋଗ ଦେବେ।
ଷ୍ଟାର୍ଟଅପ୍ କନ୍କ୍ଲେଭ୍ ୨୪ରେ
/sambad/media/post_attachments/wp-content/uploads/2018/03/conclave.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)