ଷ୍ଟାଟ୍‌ଅପ୍‌ର ନୂତନ ଅଫର, ୨୦ଟଙ୍କାରେ ପାଆନ୍ତୁ ୧ଜିବି ଡାଟା

୨ଟଙ୍କାର ରିଚାର୍ଜରେ ୧୦୦ଏମବି ଡାଟା, ୧୦ଟଙ୍କାର ରିଚାର୍ଜରେ କରି ୫୦୦ଏମ୍‌ବି ଡାଟା

ନୂଆଦିଲ୍ଲୀ: ଟେଲିକମ୍‌ ସେକ୍ଟରରେ ଗତବର୍ଷ ସେପ୍ଟେମ୍ବର ୫ ତାରିଖରେ ରିଲାଏନ୍ସ ଜିଓ ଜବରଦସ୍ତ ଅଫର ସହିତ ପ୍ରବେଶ କରିଥିଲା। ରିଲାଏନ୍ସ ଜିଓର ଅଫର ପରେ ଅନ୍ୟ ସମସ୍ତ ଟେଲିକମ୍‌ କମ୍ପାନି ଯଥା ଏୟାରଟେଲ, ଭୋଡାଫୋନ୍‌, ଆଇଡିଆ ଓ ବିଏସ୍‌ଏନ୍‌ଏଲ୍‌ ଉପରେ ଚଡ଼କ ପଡ଼ିଥିଲା। ଏହିସବୁ କମ୍ପାନି ନିଜନିଜ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ଡାଟା ପ୍ଲାନ୍‌କୁ ପରିବର୍ତ୍ତନ କରାଇଥିଲେ। ତେବେ ସମ୍ପ୍ରତି ବେଙ୍ଗାଲୁରୁସ୍ଥିତ ଏକ ନୂତନ ଷ୍ଟାର୍ଟଅପ୍‌ କମ୍ପାନି ବଜାରରେ ପ୍ରବେଶ କରିଛି। ଏହି କମ୍ପାନିର ନାମ ‘ଓ୍ଵାଇଫାଇ ଢ଼ାବା’ ରହିଛି। ଏହି କମ୍ପାନି ଗ୍ରାହକଙ୍କୁ ଖୁବ୍‌ କମ୍‌ ମୂଲ୍ୟରେ ଅଧିକ ଡାଟା ଉପଲବ୍ଧ କରାଉଛି। ‘ଓ୍ଵାଇଫାଇ ଢ଼ାବା’ ତା’ର ସମସ୍ତ ଡାଟା ପ୍ୟାକ୍‌ ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ବହାର କରିଛି ବୋଲି ଚର୍ଚ୍ଚା ଚାଲିଛି।

ଷ୍ଟାର୍ଟଅପ୍‌ କମ୍ପାନିର ପ୍ରଥମ ପ୍ଲାନ୍‌ ୨ଟଙ୍କାର ରଖିଛି। ବ୍ୟବହାରକାରୀ ୨ଟଙ୍କାର ରିଚାର୍ଜ କରି ୧୦୦ଏମବି ଡାଟା, ୧୦ଟଙ୍କାର ରିଚାର୍ଜ କରି ୫୦୦ଏମ୍‌ବି ଡାଟା ପ୍ରଦାନ ଏବଂ ୨୦ଟଙ୍କାର ରିଚାର୍ଜ କରି ୧ଜିବି ଡାଟା ପାଇ ପାରିବେ। ଏହି ସମସ୍ତ ପ୍ଲାନ୍‌ ବୈଧତା ୨୪ଘଣ୍ଟାର ରହିଛି। ଏହି ପ୍ଲାନ୍‌ରେ ବ୍ୟବହାରକାରୀ କେବଳ ଡାଟାର ଫାଇଦା ଉଠାଇ ପାରିବେ କିନ୍ତୁ କଲିଂ ସୁବିଧା ମିଳିବ ନାହିଁ।

ବେଙ୍ଗୁଲାରୁରୁସ୍ଥିତ ନୂତନ କମ୍ପାନି ‘ଓ୍ଵାଇଫାଇ ଢ଼ାବା’ ୧୩ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହି କମ୍ପାନି କୋ-ଫାଉଣ୍ଡର ଶୁଭେନ୍ଦୁ ଶର୍ମାଙ୍କ କହିବାନୁସାରେ, ଭାରତରେ ଜିଓ ଲଞ୍ଚ ହେଲା ପରେ ବି ଡାଟା ମୂଲ୍ୟ ଅଧିକ ରହିଛି, ଏବେ ବି ଡାଟା ମୂଲ୍ୟକୁ ହ୍ରାସ କରାଯାଇ ପାରିବ। ତେଣୁ ଆମେ ଗ୍ରାହକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କମ୍‌ ମୂଲ୍ୟରେ ଅଧିକ ଡାଟାର ଥିବା ପ୍ୟାକ୍‌ ଲଞ୍ଚ କରିଛୁ। ଏହି ଡାଟା ପ୍ୟାକ୍‌ ସ୍ଥାନୀୟ ଟି-ଷ୍ଟଲ ଓ ବେକରିଜ୍‌ରେ ଉପଲବ୍ଧ ହେବ। ବର୍ତ୍ତମାନ ଏହି ପ୍ୟାକ୍‌ କେବଳ ବେଙ୍ଗାଲୁରୁରେ ହିଁ ଊପଲବ୍ଧ କରାଯାଇଛି। ଏହି ଡାଟା ପ୍ୟାକ୍‌ ପାଇବାକୁ ହେଲେ ବ୍ୟବହାରକାରୀଙ୍କୁ କୌଣସି ଆପ୍‌ ଡାଉନ୍‌ଲୋଡ କରିବାକୁ ପଡ଼ିବ ନାହିଁ। କେବଳ ବ୍ୟବହାରକାରୀ ନିଜର ମୋବାଇଲ ନମ୍ବର ଏଣ୍ଟର କରିବାକୁ ପଡ଼ିବ। ଏହାପରେ ଭେରିଫିକେସନ୍‌ ପାଇଁ ଓଟିପି ଏଣ୍ଟର କରିବ୍ୟବହାରକରୀ ଇଣ୍ଟରନେଟ ବ୍ୟବହାର କରିପାରିବେ।

ସମ୍ବନ୍ଧିତ ଖବର