ଭୁବନେଶ୍ବର : ଷ୍ଟାର୍ଟଅପ୍ ପ୍ରକୃତରେ କ’ଣ ତାହାକୁ ନେଇ ବହୁ ଲୋକ ଦ୍ବନ୍ଦ୍ବରେ ଅଛନ୍ତି। ବଜାରରେ ନୂଆ ସୋ’ରୁମ୍ ଖୋଲି ବ୍ୟବସାୟ ଆରମ୍ଭ କରିବାକୁ ଷ୍ଟାର୍ଟଅପ୍ କୁହାଯାଇପାରିବ ନାହିଁ। ଅନେକ ଲୋକ ଭାବନ୍ତି ମୋବାଇଲ୍ ଅପ୍ ତିଆରି କରିବା ଷ୍ଟାର୍ଟଅପ୍। ଷ୍ଟାର୍ଟଅପ୍ ତାହାକୁ କୁହାଯିବ ଯାହା ଏକ ଅଭିନବ ଚିନ୍ତାଧାରାରୁ ସୃଷ୍ଟି ହୋଇଥିବା ବ୍ୟବସାୟ। ତାହାକୁ ଦ୍ରୁତ ଗତିରେ ବ୍ୟାପକ କରିହେଉଥିବ ଏବଂ ନିବେଶକମାନେ ସେଥିରେ ରୁଚି ଦେଖାଉଥିବେ ବୋଲି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ କହିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି ସେ କହିଛନ୍ତି ଯେ କେବଳ ଚତୁର ଲୋକ ଉଦ୍ୟୋଗୀ ହୋଇପାରିବେ ସେଭଳି ଭାବିବା ଭୁଲ। ଯେଉଁମାନେ ଅତି ଚତୁରତାର ସହ ନିରନ୍ତର ଭାବେ ସ୍ଥିତିର ମୁକାବିଲା କରିପାରିବେ ସେମାନେ ଉଦ୍ୟୋଗୀ ହୋଇପାରିବେ। ସଫଳ ହେବା ଲାଗି ଏକ ନୈତିକ ମୂଲ୍ୟବୋଧ ଭିତ୍ତିକ କଂପାନି ଗଠନ କରିବାକୁ ପଡ଼ିବ ଏବଂ ସମସ୍ତ ଟିକସ ନିୟମକୁ ଠିକ୍ ଭାବେ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp