କରୋନା ପାଇଁ ଷ୍ଟେଟ ବ୍ୟାଙ୍କର ବଡ଼ ନିଷ୍ପତ୍ତି : ଡାକ, ଇ-ମେଲରେ ପଠାଇ କରିହେବ କେଓ୍ବାଇସି ଯ଼ାଞ୍ଚ

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣ ଭୟଙ୍କର ବେଗରେ ବଢିଚାଲିଥିବାରୁ କେତେକ ରାଜ୍ୟରେ ଲକଡାଉନ ଜାରି କରାଯ଼ାଇଛି  । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯ଼ାଇଛି, ଯ଼ଦ୍ବାରା କି ଗ୍ରାହକମାନଙ୍କୁ ନିଜର କେଓ୍ବାଇସି (ଗ୍ରାହକ ପରିଚୟ ସମ୍ପର୍କିତ କାଗଜପତ୍ର) ଯ଼ାଞ୍ଚ ପାଇଁ ବ୍ୟାଙ୍କ ଶାଖାକୁ ଯ଼ିବାକୁ ପଡ଼ିବ ନାହିଁ । ସେମାନେ ଡାକ କିମ୍ବା ଇ-ମେଲରେ ଆବଶ୍ୟକ କାଗଜପତ୍ର, ପରିଚୟପତ୍ରର ନକଲ ପଠାଇ କେଓ୍ବାଇସି ଯ଼ାଞ୍ଚ କରାଇପାରିବେ । ଏହି ପଦକ୍ଷେପ ଦ୍ବାରା ବ୍ୟାଙ୍କ ଶାଖାରେ ଭିଡ଼ କମାଯ଼ାଇପାରିବ ।

ସେହିପରି ଯ଼ଦି କୌଣସି ବ୍ୟାଙ୍କ ଖାତାର କେଓ୍ବାଇସି ଅପଡେଟ୍ ନ ହେଲା ତେବେ ଆସନ୍ତା ମେ ୩୧ ପର୍ୟ଼୍ୟନ୍ତ କୌଣସି ଖାତାକୁ ଅଚଳ କରାଯ଼ିବ ନାହିଁ ବୋଲି ଏସବିଆଇ ପକ୍ଷରୁ ନିଷ୍ପତ୍ତି ନିଆଯ଼ାଇଛି ।

ସୂଚନାଯ଼ୋଗ୍ୟ ଯ଼େ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ଲକଡାଉନ ଓ ଅନ୍ୟ କଟକଣା ଜାରି କରିଛନ୍ତି  । ଅତି ଆବଶ୍ୟକ ନହେଲେ ବ୍ୟାଙ୍କ, ସରକାରୀ ଅଫିସ ଓ ଅନ୍ୟ ଅଫିସକୁ ନଯ଼ିବାକୁ ପରାମର୍ଶ ଦିଆଯ଼ାଇଛି । ଯ଼ଥାସମ୍ଭବ ଅନଲାଇନ ବ୍ୟାଙ୍କିଙ୍ଗ, କିମ୍ବା ଏଟିଏମର ବ୍ୟବହାର କରିବାକୁ ପରାମର୍ଶ ଦିଆଯ଼ାଇଛି ।

 

ସମ୍ବନ୍ଧିତ ଖବର