ଋଣ, ଜମା ସୁଧ କମାଇଲା ଷ୍ଟେଟ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହାର ଋଣ ଓ ଜମା ସୁଧ ହାର ହ୍ରାସ କରିଛି। ବ୍ୟାଙ୍କ ପକ୍ଷରୁ ଏମ୍‌ସିଏଲ୍‌ଆର୍‌ରେ ୦.୧୦% ହ୍ରାସ କରାଯାଇଛି। ଏହାର ପ୍ରଭାବରେ ଷ୍ଟେଟ୍‌ ବ୍ୟାଙ୍କରୁ ଗୃହ ଋଣ ନେଇଥିବା ଏବଂ ନୂଆ ଗୃହ ଋଣ ନେବାକୁ ଯାଉଥିବା ଗ୍ରାହକମାନେ ଲାଭବାନ ହେବେ। ଏମ୍‌ସିଏଲ୍‌ଆର୍‌ର ନୂତନ ଦର ‌ଚଳିତ ମାସ ୧୦ ତାରିଖରୁ ଲାଗୁ ହେବ। ଗୋଟିଏ ପଟେ ଋଣ ପ୍ରଦାନକାରୀଙ୍କୁ ଷ୍ଟେଟ୍‌ ବ୍ୟାଙ୍କ ଖୁସି କରିଥିବା ବେଳେ ଜମାକାରୀଙ୍କ ଚିନ୍ତା ବଢ଼ାଇଛି। ବ୍ୟାଙ୍କ ପକ୍ଷରୁ ଜମା ସୁଧ ହାରରେ ୦.୨୦-୦.୨୫% ଭଳି ହ୍ରାସ ଘୋଷଣା କରାଯାଇଛି। ଷ୍ଟେଟ୍‌ ବ୍ୟାଙ୍କରେ ଟଙ୍କା ଜମା କରିଥିବା ଗ୍ରାହକମାନଙ୍କୁ ଆଗାମୀ ଦିନରେ କମ୍ ସୁଧ ମିଳିବ।

ସମ୍ବନ୍ଧିତ ଖବର