ନୂଆଦିଲ୍ଲୀ : ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଏହାର ମାର୍ଜିନାଲ୍‌ କଷ୍ଟ୍‌ ଅଫ୍ ଫଣ୍ଡ ବେସ୍‌ଡ ଲେଣ୍ଡିଂ ରେଟ୍ (ଏମ୍‌ସିଏଲ୍ଆର୍)କୁ ସମସ୍ତ ଅବଧିରେ ୦.୦୫ ପ୍ରତିଶତ ବୃଦ୍ଧି କରିଛି। ଏହି ବୃଦ୍ଧି ସହିତ ଏମ୍‌ସିଏଲ୍‌ଆର୍‌ରେ ଋଣ ନେଇଥିବା ଗ୍ରାହକଙ୍କ ପାଇଁ ଇଏମ୍‌ଆଇ ବୃଦ୍ଧି ପାଇବ। ଏସ୍‌ବିଆଇ ୱେବସାଇଟ୍‌ରେ ପ୍ରକାଶିତ ସୂଚନା ଅନୁଯାୟୀ ସଂଶୋଧିତ ଏମ୍‌ସିଏଲ୍‌ଆର୍‌ ହାର ଜୁଲାଇ ୧୫ ରୁ ଲାଗୁ ହେବ। ଏହି ସଂଶୋଧନ ସହିତ ଏକ ବର୍ଷର ଏମ୍‌ସିଏଲ୍‌ଆର୍‌ ୮.୫୦ ପ୍ରତିଶତରୁ ୮.୫୫ ପ୍ରତିଶତକୁ ବୃଦ୍ଧି ପାଇଛି।