ଭୁବନେଶ୍ବର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ ନେଟ୍ୱର୍କ-୨ର ନୂଆ ମହାପ୍ରବନ୍ଧକ ଭାବେ ବିଜୟ କୁମାର କୁଜୁର ଯୋଗ ଦେଇଛନ୍ତି। ସେ ୧୯୮୭ରେ ଷ୍ଟେଟ୍ ବ୍ୟାଙ୍କରେ ପିଓ ଭାବେ ଯୋଗ ଦେଇଥିଲେ। ଏହା ପରେ ସେ ବ୍ୟାଙ୍କର ବିଭିନ୍ନ ପ୍ରମୁଖ ପଦପଦବୀରେ ରହି କାମ କରିଛନ୍ତି। ସେ ମୁଖ୍ୟ ପରିଚାଳକ (ଏଚ୍ଆର୍) ଓ ଆଞ୍ଚଳିକ ପରିଚାଳକ ଭାବେ କୋଲକାତା, ପାଟନା ଓ ଉତ୍ତର ପୂର୍ବାଞ୍ଚଳରେ କାମ କରିଛନ୍ତି। ସେ ଏଠାରେ ବ୍ରହ୍ମପୁର ଓ ସମ୍ବଲପୁର ଜୋନ୍ର ଦେଖାଶୁଣା କରିବେ। ଏହା ପୂର୍ବରୁ ସେ ଗୌହ୍ବାଟି ଓ ଉତ୍ତର ପୂର୍ବାଞ୍ଚଳ ମଣ୍ଡଳରେ କାର୍ଯ୍ୟ କରୁଥିଲେ।
ଷ୍ଟେଟ୍ ବ୍ୟାଙ୍କର ନୂଆ ମହାପ୍ରବନ୍ଧକ
/sambad/media/post_attachments/wp-content/uploads/2019/06/Untitled-13-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)