ଷ୍ଟେଟ୍‌ ବ୍ୟାଙ୍କର ନୂଆ ଗ୍ରାହକ ସେବା ନମ୍ବର

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସହଜରେ ମନେ ରହିବା ଭଳି ନୂଆ ଦେୟମୁକ୍ତ ଗ୍ରାହକ ସେବ ନମ୍ବର ୧୮୦୦-୧୨୩୪ ଓ ୧୮୦୦-୨୧୦୦ ଜାରି କରାଯାଇଛି। ଏହା ଦ୍ଵାରା ଷ୍ଟେଟ ବ୍ୟାଙ୍କର ଖାତାଧାରୀମାନେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ସେବା ଓ ଅଭିଯୋଗର ସମାଧାନ ପାଇପାରିବେ। ଏହି ନମ୍ବର ବ୍ୟବହାର କରି ଗ୍ରାହକମାନେ ବ୍ୟାଙ୍କିଙ୍ଗ ସେବା ଆକାଉଣ୍ଟ ବାଲାନ୍ସ , ଶେଷ ୩ ନେଣଦେଣ ବିବରଣୀ, ଏଟିଏମ କାର୍ଡ ବନ୍ଦ କରିବା , ଏଟିଏମ କାର୍ଡ ପୁନର୍ବାର ମଗାଇବା, କାର୍ଡର ପ୍ରେରଣ ସ୍ଥିତି, ଏଟିଏମ କାର୍ଡର ପିନ୍‌ ସୃଷ୍ଟି କରିବା , ଚେକ୍‌ ବହି ପ୍ରେରଣ ସ୍ଥିତି ଯାଞ୍ଚ, ନୂଆ ଚେକ୍‌ ବହି ମଗାଇବା, ଟିଡିଏସ୍‌ ଓ ଜମା ସୁଧର ସାର୍ଟିଫିକେଟ ଇ-ମେଲ ମାଧ୍ୟମରେ ମଗାଇବା ଆଦି ଅନେକ ସୁବିଧା ପାଇପାରିବେ। ଗ୍ରାହକଙ୍କୁ ଉତ୍କୃଷ୍ଟ ମାନର ସେବ ସହଜରେ ପ୍ରଦାନ କରିବା ଲାଗି ବ୍ୟାଙ୍କିଙ୍ଗ୍‌ ସେବାଗୁଡ଼ିକ ଲାଗି ଷ୍ଟେଟ୍‌ ବ୍ୟାଙ୍କ ଦେୟମୁକ୍ତ ନମ୍ବର ଜାରି କରିଛି।

ସମ୍ବନ୍ଧିତ ଖବର