ଗୃହ ଋଣକୁ ରେପୋ ହାର ସହ ଯୋଡ଼ିବ ଷ୍ଟେଟ୍‌ ବ୍ୟାଙ୍କ

ମୁମ୍ବାଇ: ଗୃହ ଋଣ ସୁଧ ହାରକୁ ରେପୋ ହାର ସହ ଯୋଡ଼ିବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ। ରେପୋ ହାରରେ ଯେଉଁଭଳି ପରିବର୍ତ୍ତନ ହେବ ବ୍ୟାଙ୍କର ଗୃହ ଋଣ ସୁଧ ଉପରେ ତାହାର ପ୍ରତିଫଳନ ଦେଖିବାକୁ ମିଳିବ। ଆସନ୍ତା ଜୁଲାଇରୁ ଗୃହ ଋଣ ସୁଧକୁ ରେପୋ ହାର ସହ ଯୋଡ଼ିବ ଷ୍ଟେଟ୍‌ ବ୍ୟାଙ୍କ। ପୂର୍ବରୁ ସ୍ବଳ୍ପ ମିଆଦୀ ଋଣ ସୁଧ ଏବଂ ବଡ଼ ସଞ୍ଚୟ ଜମା ଖାତାର ସୁଧକୁ ବ୍ୟାଙ୍କ ପକ୍ଷରୁ ରେପୋ ହାର ସହ ଯୋଡ଼ାଯାଇଥିଲା। ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏକ ଲକ୍ଷ ଟଙ୍କାରୁ ଅଧିକ ସୀମା ଥିବା କ୍ୟାସ୍‌ କ୍ରେଡିଟ୍‌ ଆକାଉଣ୍ଟ୍‌ (ସିସି) ଓ ଓଭରଡ୍ରାଫ୍ଟ ଗ୍ରାହକଙ୍କ ପାଇଁ ସୁଧ କମ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗତକାଲି ରେପୋ ହାରରେ ୦.୨୫% ହ୍ରାସ ଘୋଷଣା କରିବା ପରେ ଷ୍ଟେଟ୍‌ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି। ଗତ ମାର୍ଚରେ ବ୍ୟାଙ୍କ ପକ୍ଷରୁ ସିସି ଓ ଓଭରଡ୍ରାଫ୍ଟ ଖାତାର ସୁଧକୁ ରେପୋ ହାର ସହ ଯୋଡ଼ାଯାଇଥିଲା।

ସମ୍ବନ୍ଧିତ ଖବର