ଜମାକାରୀଙ୍କ ଗୋଟିଏ ଭୁଲ ପାଇଁ ଏସ୍‌ବିଆଇକୁ ୩୯କୋଟି ଟଙ୍କା କିପରି ଲାଭ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍‌ ଷ୍ଟେଟ ବ୍ୟାଙ୍କ୍‌ ଅଫ ଇଣ୍ଡିଆ ନିଜର ଜମାକାରୀଙ୍କ ଏକମାତ୍ର ଭୁଲ ପାଇଁ ଜରିମାନା ରୂପରେ ପାଖାପାଖି ୩୯କୋଟି ଟଙ୍କାର ଲାଭ କରିଛି। ଷ୍ଟେଟ ବ୍ୟାଙ୍କ ଚେକ୍‌ରେ ହସ୍ତାକ୍ଷର ମିଳିତ ନହେବାରୁ ଗ୍ରାହକଙ୍କ ଠାରୁ ଗତ ୪୦ମାସ ହେବ ୩୯କୋଟି ଟଙ୍କାର ଜରିମାନା ଆକାରରେ ହାସଲ କରାଯାଇଛି।

ପ୍ରକାଶିତ ସୂଚନା ମୁତାବକ, ଗତ ୪୦ମାସ ଭିତରେ ୨୪ଲକ୍ଷ ୭୧ହଜାର ୫୪୪ ଚେକ୍‌ରେ ସିଗନେଚର ନମିଶିବା ହେତୁ ଫେରାଇ ଦିଆଯାଇଥିଲା। ଏହି ତଥ୍ୟର ଖୁଲାସା ଏକ ଆରଟିଆଇ ଜରିଆରେ କରାଯାଇଛି। ଆରଟିଆଇର କହିବାନୁସାରେ, ଯଦି କୌଣସି ବି ଚେକ୍‌ ଫେରାଇ ଦିଆଯାଏ ତେବେ ବ୍ୟାଙ୍କ୍‌ ଗ୍ରାହକଙ୍କଠାରୁ ୧୫୦ଟଙ୍କା ଜରିମାନା ଆକାରରେ ଚାର୍ଜ କାଟି ନେଇଥାଏ। କେବଳ ଏତିକି ନୁହେଁ ବ୍ୟାଙ୍କ ଏହି ମୂଲ୍ୟ ଉପରେ ଜିଏସ୍‌ଟି ବି ଲାଗୁ କରିଥାଏ। ଏହି ପରି କୌଣସି ଚେକ୍‌ ଫେରସ୍ତ ହେବାପରେ ଗ୍ରାହକଙ୍କୁ ଠାରୁ ସର୍ବମୋଟ ୧୫୭ଟଙ୍କାର ଚାର୍ଜ ନିଆ ଯାଇଥାଏ।

ଏହା ପୂର୍ବରୁ ଗତବର୍ଷ ଜାନୁଆରିରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ପ୍ରକାଶ, ଏସବିଆଇ ଏପ୍ରିଲରୁ ନେଇ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ଜମାଖାତାରେ ସର୍ବନିମ୍ନ ରାଶି ନରଖିଲେ ଗ୍ରାହକଙ୍କଠାରୁ ୧୭୭୧କୋଟି ଟଙ୍କା ଚାର୍ଜ କାଟି ନେଇଥିଲା।

ସମ୍ବନ୍ଧିତ ଖବର