ଭୁବନେଶ୍ବର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘ ଭୁବନେଶ୍ବର ମଣ୍ଡଳର ଏକାଦଶ ତ୍ରୟୋବାର୍ଷିକ ସାଧାରଣ ପରିଷଦ ସଭା ଚଳିତ ମାସ ୨୯ରେ କୁରାଙ୍ଗର ମୀରା କୋର୍ଟ ୟାର୍ଡରେ ଅନୁଷ୍ଠିତ ହୋଇଯାଇଛି। କର୍ମଚାରୀ ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ବନ୍ଦଲିସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବ୍ୟାଙ୍କର ସାଧାରଣ ପରିଚାଳନା ଶୁଭ୍ରୋମୟ ମୁଖାର୍ଜୀ ଓ କର୍ମଚାରୀ ସଂଘର ସର୍ବଭାରତୀୟ ସଭାପତି ଅରୁଣ କୁମାର ଭୋଗଲିୱାଲ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ବ୍ୟାଙ୍କିଙ୍ଗ ଶିଳ୍ପର ଭୂମିକା, ଆଗାମୀ ସମୟର ଆହ୍ବାନ ଓ କର୍ମଚାରୀମାନଙ୍କ ସାମଗ୍ରିକ ବିକାଶ ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ୧୫୦୦ରୁ ଅଧିକ ସଭ୍ୟଙ୍କ ସମେତ ଅନ୍ୟ ରାଜ୍ୟର ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି, ସାଧାରଣ ସମ୍ପାଦକ ଓ ଅବସରପ୍ରାପ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ। ସଂଘର ଭୁବନେଶ୍ବର ମଣ୍ଡଳର ଉପ ସଭାପତି ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସଂଘର ସାଧାରଣ ସମ୍ପାଦକ ରଘୁନାଥ ପ୍ରସାଦ ଦାସ, ଚେନ୍ନାଇ ମଣ୍ଡଳର ସଭାପତି ଜି ଜାନାକିରମାନ, ସମ୍ବଲପୁର ଅଞ୍ଚଳର ପୂର୍ବତନ ଉପ ସାଧାରଣ ପରିଚାଳନା ଉମେଶ ଚନ୍ଦ୍ର ପଣ୍ଡା ଓ ସମବର୍ଦ୍ଧନ ସମିତିର ଅଧ୍ୟକ୍ଷ ତପନ କୁମାର ପାଲ୍ ଉପସ୍ଥିତ ଥିଲେ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ପରିଷଦ ସଭା
/sambad/media/post_attachments/wp-content/uploads/2019/04/364723-state-bank-of-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)