ମୁମ୍ବାଇ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଏବେ ଦେଶର ସବୁଠାରୁ ବଡ଼ ଋଣଦାତା ହିସାବରେ ଜଣାଶୁଣା । କିନ୍ତୁ ଏବେ ସବୁଠୁ ବଡ଼ ଋଣଦାତା ସବୁଠୁ ବଡ଼ ଋଣ କରିବାକୁ ପ୍ରସ୍ତୁତି ଚଳାଇଛି ।
ବ୍ୟାଙ୍କର ଯୋଜନା ହେଉଛି ୧.୨୫ ବିଲିୟନ ଡଲାର ( ପ୍ରାୟ ୧୦,୫୫୨ କୋଟି ଟଙ୍କା) ପର୍ଯ୍ୟନ୍ତ ଋଣ କରିବା, ଯାହା ଚଳିତ ବର୍ଷ ଭାରତର ଆର୍ଥିକ କ୍ଷେତ୍ରରେ ସବୁଠାରୁ ବଡ ଋଣ ଚୁକ୍ତି ହେବ । ଏହି ଋଣ ପାଞ୍ଚ ବର୍ଷ ପାଇଁ ନିଆଯିବ ଏବଂ ଏହା ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍-ସିଟି (ଗିଫ୍ଟ ସିଟି) ଶାଖା ମାଧ୍ୟମରେ ଏହା ନିଆଯିବ ।
ଏହି ଚୁକ୍ତିର ନେତୃତ୍ୱ ସିଟି ବ୍ୟାଙ୍କ, ଏଚଏସବିସି ହୋଲ୍ଡିଂସ ପିଏଲସି ଏବଂ ତାଇପେ ଫୁବନ ବ୍ୟାଙ୍କ ନେଉଛନ୍ତି । ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟ ପାଇଁ ଆର୍ଥିକ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଋଣ ନିଆଯାଇଛି। ଏହି ଋଣ ଅନ୍ୟ ଫାଇନାନ୍ସରମାନଙ୍କ ପାଇଁ ସିଣ୍ଡିକେଟ୍ କରାଯାଉଛି, ଯାହା ଏହାକୁ ବ୍ୟାପକ ଆର୍ଥିକ ସହାୟତା ପ୍ରଦାନ କରିବ ।
ଏସବିଆଇ ଚଳିତ ବର୍ଷ ବିଭିନ୍ନ ଭାରତୀୟ ଆର୍ଥିକ ଅନୁଷ୍ଠାନ ଏବଂ କମ୍ପାନୀମାନଙ୍କଠାରୁ ବୈଦେଶିକ ମୁଦ୍ରା ଋଣ ସଂଗ୍ରହ ରେ ସକ୍ରିୟ ଅଂଶଗ୍ରହଣ କରିଛି । ଜୁଲାଇ ୨୦୨୪ରେ ଏସବିଆଇ ୩ ବର୍ଷ ପାଇଁ ୭୫୦ ନିୟୁତ ଡଲାର ଋଣ ସଂଗ୍ରହ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/15/pCcnysAZgH8tTtOeeKEx.jpeg)