ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ରେପୋ ହାର ବଢ଼ାଇବା ପରେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ମିଆଦୀ ଜମା ସହିତ ଋଣ ସୁଧ ହାରରେ ବୃଦ୍ଧି ଘୋଷଣା କରିଛି। ବିଭିନ୍ନ ଅବଧିର ୨ କୋଟି ଟଙ୍କା ପର୍ଯ୍ୟନ୍ତ ମିଆଦୀ ଜମା ଉପରେ ସୁଧ ହାର ୦.୨୦ ପ୍ରତିଶତ ବୃଦ୍ଧି କରାଯାଇଛି। ଜୁନ୍ ୧୪ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ୨୧୧ ଦିନରୁ ଆରମ୍ଭ କରି ୧ ବର୍ଷରୁ କମ୍ ଅବଧିର ଜମା ଉପରେ ଷ୍ଟେଟ ବ୍ୟାଙ୍କ ପୂର୍ବରୁ ୪.୪୦ ପ୍ରତିଶତ ସୁଧ ଦେଉଥିବାବେଳେ ଏବେ ୪.୬୦ ପ୍ରତିଶତ ପ୍ରଦାନ କରିବ। ସେହିଭଳି ବରିଷ୍ଠ ନାଗରିକମାନେ ପୂର୍ବରୁ ମିଆଦି ଜମା ଉପରେ ୪.୯୦ ପ୍ରତିଶତ ସୁଧ ପାଉଥିବାବେଳେ ଏହାକୁ ୫.୧୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଏହାର ବିଭିନ୍ନ ଋଣ ଉପରେ ମଧ୍ୟ ସୁଧ ହାରରେ ୦.୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି। ଜୁନ ୧୫ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯିବ। ଫଳରେ ଏମସିଏଲଆର୍ ସହ ସଂଯୁକ୍ତ ଅଟୋ, ଗୃହ ଏବଂ ବ୍ୟକ୍ତିଗତ ଋଣର ସୁଧ ହାର ବଢ଼ିଯିବ। ୧ ବର୍ଷିଆ ଏମ୍ସିଏଲ୍ଆର୍ ସୁଧ ହାରକୁ ଷ୍ଟେଟ ବ୍ୟାଙ୍କ ୭.୨୦ ପ୍ରତିଶତରୁ ୭.୪୦ ପ୍ରତିଶତକୁ ବୃଦ୍ଧି କରିଛି।
ଜମା, ଋଣ ସୁଧ ହାର ବଢ଼ାଇଲା ଷ୍ଟେଟ ବ୍ୟାଙ୍କ
/sambad/media/post_attachments/wp-content/uploads/2021/04/STATE-BANK-OF-INDIA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)