ଷ୍ଟେଟ୍‌ ବ୍ୟାଙ୍କ ଋଣ ସୁଧ କମାଇଲା

ମୁମ୍ବାଇ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହାର ବେସ୍‌ ରେଟ୍‌ରେ ୦.୩୦% ହ୍ରାସ ଘୋଷଣା କରିଛି। ଫଳରେ ବେସ୍‌ ରେଟ୍‌ ବ୍ୟାଙ୍କ ଶିଳ୍ପର ସର୍ବନିମ୍ନ ସ୍ତର ୮.୬୫%ରେ ପହଞ୍ଚିଛି। ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ଶିକ୍ଷା ଏବଂ ଗୃହ ଋଣ ନେଇଥିବା ପୁରୁଣା ଗ୍ରାହକମାନେ ଲାଭବାନ ହେବେ। ଯେଉଁମାନଙ୍କର ଋଣ ବେସ୍‌ ରେଟ୍‌ ସହିତ ଲିଙ୍କ୍‌ (ସଂଯୋଗ) ହୋଇଛି ସେମାନେ ଏହା ଦ୍ୱାରା ଲାଭବାନ ହେବେ। ବ୍ୟାଙ୍କର ପାଖାପାଖି ଅଧା ଗ୍ରାହକଙ୍କ ଋଣ ବେସ୍‌ ରେଟ୍‌ ସହିତ ଲିଙ୍କ୍‌ ହୋଇଛି। ଅନ୍ୟମାନଙ୍କର ଋଣ ମାର୍ଜିନାଲ୍‌ କଷ୍ଟ୍‍ ଅଫ୍‌ ଲେଣ୍ଡିଂ ରେଟ୍‌ (ଏମ୍‌ସିଏଲ୍‌ଆର୍‌) ସହିତ ଲିଙ୍କ୍‌ ହୋଇଛି। ଏମ୍‌ସିଏଲ୍‌ଆର୍‌ ଲାଗୁ ହେବା ପୂର୍ବରୁ ସବୁ ବ୍ୟାଙ୍କ ବେସ୍‌ ରେଟ୍‌ ଅନୁସାରେ ଋଣ ପ୍ରଦାନ କରୁଥିଲେ।

ସମ୍ବନ୍ଧିତ ଖବର