ଷ୍ଟେଟ୍‌ ବ୍ୟାଙ୍କର ପରାମର୍ଶ କର୍ମଶାଳା

ଭୁବନେଶ୍ବର: ଦେଶର ଅର୍ଥନୀତିକୁ ପାଞ୍ଚ ଲକ୍ଷ କୋଟି ଡଲାରରେ ପରିଣତ କରିବା ଲାଗି ନୂତନ ଚିନ୍ତାଧାରା ଯୋଗାଡ଼ କରିବା ନିମନ୍ତେ ଏକ ପରାମର୍ଶ କର୍ମଶାଳା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା। ଏହି ଦୁଇ ଦିନିଆ କର୍ମଶାଳାକୁ ଖୋର୍ଦ୍ଧା ଓ ନୟାଗଡ଼ କ୍ଷେତ୍ରର ୫୦ ଶାଖା ପ୍ରବନ୍ଧକଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସିଡିଓ ଏସ୍ ଟି ଲାମା ଓ ଆଞ୍ଚଳିକ ପ୍ରବନ୍ଧକ ରଞ୍ଜନ କୁମାର ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦାନ କରିଥିଲେ। ଏହି ବୈଠକରେ ଅର୍ଥ ବ୍ୟବସ୍ଥାର ବିଭିନ୍ନ ବିଭାଗରେ ଋଣ ବଢ଼ାଇବା ଏବଂ ସାଧନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ବୈଠକରେ ଡିଜିଟାଲ୍‌ ପେମେଣ୍ଟ୍‌ର ପ୍ରସାର ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର