ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଲାଗି ଷ୍ଟେଟ୍‌ ବ୍ୟାଙ୍କର ୟୋନୋ ଫ୍ରେସର୍ସ ପାର୍ଟି

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, କୋରାପୁଟର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଲାଗି ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ଏକ ଡିଜିଟାଲ୍ ସଚେତନତା ଶିବିର ‘ୟୋନୋ ଫ୍ରେସର୍ସ ପାର୍ଟି’ ଆୟୋଜନ କରାଯାଇଛି। ଷ୍ଟେଟ୍‌ ବ୍ୟାଙ୍କର ସୁନାବେଡ଼ା ଶାଖା ସହଯୋଗରେ ଆୟୋଜନ କରାଯାଇଥିବା ଏହି ଶିବିରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶରତ କୁମାର ପାଲିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟେଟ୍‌ ବ୍ୟାଙ୍କ ସୁନାବେଡ଼ା ଶାଖାର ମୁଖ୍ୟ ପ୍ରବନ୍ଧକ କୋଲା ବାଲାଜି, ଜୟପୁର ଆରବିଓର ମୁଖ୍ୟ ପ୍ରବନ୍ଧକ ମାନସ ରଞ୍ଜନ ଧୀରସାମନ୍ତ ଓ ଆଲୋକ କୁମାର ଉପସ୍ଥିତ ଥିଲେ। ୟୋନୋ ଜରିଆରେ ଯାହା ସବୁ କାର୍ଯ୍ୟ ହୋଇପାରୁଛି ସେ ବି‌ଷୟରେ ବ୍ୟାଙ୍କର ପ୍ରତିନିଧି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅବଗତ କରିଥିଲେ। ୟୋନୋ କାର୍ଡଲେସ୍‌ ଉଠାଣ ବିଷୟରେ ମଧ୍ୟ ବ୍ୟାଙ୍କ ତରଫରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର