ନୂଆଦିଲ୍ଲୀ: ଖୋଲା ବଜାର ବିକ୍ରି ସ୍କିମ୍ରେ ଖାଦ୍ୟଶସ୍ୟ ଅଭାବ ଦେଇ ଗତି କରୁଥିବା ରାଜ୍ୟଗୁଡ଼ିକ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ)ରୁ ଚାଉଳ କିଣିପାରିବେ। ଆଜିଠାରୁ ଏହି ସୁବିଧା ଆରମ୍ଭ ହୋଇଛି। ଇ-ନିଲାମରେ ଭାଗ ନ ନେଇ ରାଜ୍ୟଗୁଡ଼ିକ କ୍ବିଣ୍ଟାଲ ପିଛା ୨୮୦୦ ଟଙ୍କାରେ ଏଫ୍ସିଆଇ ଚାଉଳ କିଣିପାରିବେ ବୋଲି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ପ୍ରତି ବ୍ୟକ୍ତି ପିଛା ମାଗଣାରେ ୫ କିଲୋ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଯଦି ରାଜ୍ୟଗୁଡ଼ିକ ଅଧିକ ଚାଉଳ କିଣିବାକୁ ଚାହିବେ ତେବେ ସେମାନଙ୍କୁ କ୍ବିଣ୍ଟାଲ ପିଛା ୨୯୦୦ ଟଙ୍କା ଗଣିବାକୁ ପଡ଼ିବନି। ଶହେ ଟଙ୍କା କମ୍ ଦାମ୍ରେ ସେମାନେ ଏଫ୍ସିଆଇରୁ ଚାଉଳ ନେଇପାରିବେ। ଭାରତ ବ୍ରାଣ୍ଡ୍ ଅଧୀନରେ ଅଟା ଓ ଚାଉଳ ବିକ୍ରି ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ଜାନୁଆରି ପହିଲାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପାଞ୍ଚ ବର୍ଷ ପାଇଁ ଲାଗୁ କରାଯାଇଛି। ଏଥିପାଇଁ ୧୧.୮୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp