ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଜାରି କରିିଥିବା ରାଜ୍ୟଗୁଡ଼ିକର ଇଜ୍ ଅଫ୍ ଡୁଇଂ ବିଜନେସ୍ ର୍ୟାଙ୍କିଙ୍ଗ୍-୨୦୧୯ରେ ଆନ୍ଧ୍ରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ପ୍ରଥମ ଦଶଟି ସ୍ଥାନରେ ଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ହିମାଚଳପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଗୁଜରାଟ। ଏହି ତାଲିକାରେ ଓଡ଼ିଶା ୨୯ତମ ସ୍ଥାନରେ ରହିଛି। ୨୦୧୮ରେ ଓଡ଼ିଶାର ର୍ୟାଙ୍କ୍ ୧୪ ଥିଲା। ୨୦୧୫ ରାଙ୍କିଙ୍ଗରେ ଓଡ଼ିଶା ସପ୍ତମ ସ୍ଥାନରେ ଥିବାବେଳେ ୨୦୧୬ରେ ଏକାଦଶ ସ୍ଥାନକୁ ତଥା ୨୦୧୮ ରାଙ୍କିଙ୍ଗରେ ଚତୁର୍ଦ୍ଦଶ ସ୍ଥାନକୁ ଖସିଆସିଥିଲା। କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅନ୍ତର୍ଗତ ଡିପିଆଇଆଇଟି ପକ୍ଷରୁ ବ୍ୟାବସାୟିକ ସଂସ୍କାର ଯୋଜନାର କ୍ରିୟାନ୍ୱୟନ ଆଧାରରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ପ୍ରସ୍ତୁତ କରାଯାଇଥିବା ର୍ୟାଙ୍କିଙ୍ଗ୍ରେ ନିର୍ମାଣ ପରମିଟ୍, ଶ୍ରମ ନିୟନ୍ତ୍ରଣ, ପରିବେଶ ପଞ୍ଜୀକରଣ, ସୂଚନାର ଉପଲବ୍ଧତା, ଜମିର ଉପଲବ୍ଧତା ତଥା ସିଙ୍ଗଲ ୱିଣ୍ଡୋ ଭଳି ମାନଦଣ୍ଡଗୁଡ଼ିକୁ ବିଚାରକୁ ନିଆଯାଇଥିଲା। ୨୦୧୯ର ର୍ୟାଙ୍କିଙ୍ଗ୍ରେ ଉତ୍ତର ଭାରତରେ ଉତ୍ତରପ୍ରଦେଶ, ଦକ୍ଷିଣରୁ ଆନ୍ଧ୍ରପ୍ରଦେଶ, ପୂର୍ବ ଭାରତରୁ ଝାଡ଼ଖଣ୍ଡ, ପଶ୍ଚିମ ଭାରତରୁ ମଧ୍ୟପ୍ରଦେଶ ତଥା ପୂର୍ବୋତ୍ତର ରାଜ୍ୟରୁ ଆସାମ ରୢାଙ୍କିଙ୍ଗରେ ଶୀର୍ଷରେ ଥିବାର ଉଲ୍ଲେଖ କରାଯାଇଛି। ସଦ୍ୟତମ ଇଜ୍ ଅଫ୍ ଡୁଇଂ ବିଜନେସ୍ ର୍ୟାଙ୍କିଙ୍ଗ୍ ପ୍ରସ୍ତୁତ କରିବା ବେଳେ କ୍ଷେତ୍ର ସ୍ତରରୁ ମିଳିଥିବା ୩୦ ହଜାରରୁ ଅଧିକ ମତାମତକୁ ଗୁରୁତ୍ବ ଦିଆଯାଇଥିଲା।
ରାଜ୍ୟ ଇଜ୍ ଅଫ୍ ଡୁଇଂ ବିଜନେସ୍ ର୍ୟାଙ୍କିଙ୍ଗ୍ରେ ଆନ୍ଧ୍ର ପ୍ରଥମ, ଓଡ଼ିଶାର ର୍ୟାଙ୍କ୍ ୨୯
/sambad/media/post_attachments/wp-content/uploads/2020/09/NKV-Nirmala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)