ଭୁବନେଶ୍ବର: ଦରଦାମ୍ ସ୍ଥିତିରେ ବ୍ୟାପକ ସୁଧାର ଘଟିଛି। ଗତ ଜୁଲାଇରେ ରାଜ୍ୟରେ ବିଭିନ୍ନ ଜିନିଷର ଦର ବଢ଼ିବା ପରିବର୍ତ୍ତେ କମ୍ ହୋଇଛି। ତାହାର ପ୍ରତିଫଳନ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଦେଖିବାକୁ ମିଳିଛି। ଅନେକ ଦିନ ପରେ ପ୍ରଥମ ଥର ପାଇଁ ରାଜ୍ୟର ମୁଦ୍ରାସ୍ଫୀତି ହାର ବିଯୁକ୍ତ ସ୍ତରକୁ ହ୍ରାସ ପାଇଛି। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଜୁଲାଇରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୦.୩୦ ପ୍ରତିଶତ ରହିଛି। ଗ୍ରାମାଞ୍ଚଳରେ ଏହି ହାର ବିଯୁକ୍ତ ୦.୬୦ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ୦.୫୩ ପ୍ରତିଶତ ରହିଛି। ରାଜ୍ୟରେ ଗତ ଜୁନ୍ ମାସର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୨୮ ପ୍ରତିଶତ ଥିଲା। ସେହି ମାସରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ହାର ଯଥାକ୍ରମେ ୨.୩୧ ପ୍ରତିଶତ ଓ ୨.୧୯ ପ୍ରତିଶତ ଥିଲା।
୨୦୨୩ ପରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାରରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା। ୨୦୨୩ ଜୁନ୍ରେ ଏହି ହାର ୩.୭୫ ପ୍ରତିଶତ ଭଳି ନିମ୍ନ ସ୍ତରରେ ଥିଲା। କିନ୍ତୁ ସେହି ବର୍ଷର ଡିସେମ୍ବର ସୁଦ୍ଧା ତାହା ୮.୭୩ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଥିଲା। ୨୦୨୪ ବର୍ଷ ସାରା ଖୁଚୁରା ମୁଦ୍ରାସ୍ଫୀତି ଉଚ୍ଚ ସ୍ତରରେ ରହିଥିଲା। ଫଳରେ ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାର ଭାବେ ଉଭା ହୋଇଥିଲା। ୨୦୨୫ ଆରମ୍ଭରୁ ଦରଦାମ୍ ସ୍ଥିତିରେ ସୁଧାର ଘଟିବା ଆରମ୍ଭ ହୋଇଥିଲା ଯାହା ଜୁଲାଇ ପର୍ଯ୍ୟନ୍ତ ଜାରି ରହିଛି। ଅଗଷ୍ଟରେ କିନ୍ତୁ ରାଜ୍ୟରେ ପନିପରିବା ଦର ଅଧିକ ଥିବାରୁ ଆସନ୍ତା ମାସର ମୁଦ୍ରାସ୍ଫୀତି ଅଧିକ ରହିବା ଆଶଙ୍କା କରାଯାଉଛି।
ତେବେ, ଜାତୀୟ ସ୍ତରରେ ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି ହାର ୧.୫୫ ପ୍ରତିଶତକୁ ହ୍ରାସ ପାଇଛି ଯାହା ୮ ବର୍ଷ ମଧ୍ୟରେ ସର୍ବନିମ୍ନ। ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ହେଉଛି ଦେଶର ତୃତୀୟ ଶସ୍ତା ବଜାର। ଓଡ଼ିଶାଠାରୁ ବିହାରର ସ୍ଥିତି ଉନ୍ନତ ରହିଛି। ସବୁଠୁ ମହଙ୍ଗା ବଜାର ଭାବେ କେରଳ ରହିଛି। ତାହାର ମୁଦ୍ରାସ୍ଫୀତି ହାର ୮.୮୯ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି।
ରାଜ୍ୟ ମୁଦ୍ରାସ୍ଫୀତି ବିଯୁକ୍ତ ସ୍ତରକୁ ଖସିଲା
ଦରଦାମ୍ ସ୍ଥିତିରେ ବ୍ୟାପକ ସୁଧାର ଘଟିଛି। ଗତ ଜୁଲାଇରେ ରାଜ୍ୟରେ ବିଭିନ୍ନ ଜିନିଷର ଦର ବଢ଼ିବା ପରିବର୍ତ୍ତେ କମ୍ ହୋଇଛି। ତାହାର ପ୍ରତିଫଳନ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଦେଖିବାକୁ ମିଳିଛି। ଅନେକ ଦିନ ପରେ...
/sambad/media/media_files/2025/08/13/untitled-4-2025-08-13-05-31-41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)