ନୂଆଦିଲ୍ଲୀ: ନିକଟରେ ଜିଏସ୍ଟି ହାରରେ ଯେଉଁ ହ୍ରାସ ଘୋଷଣା କରାଯାଇଥିଲା ତାହାର ଲାଭ ଯେଭଳି ଲୋକମାନଙ୍କ ପାଖରେ ପହଞ୍ଚିବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶଓ୍ଵାନ୍ ସବୁ ରାଜ୍ୟର ପ୍ରବର୍ତ୍ତନ ଅଧିକାରୀମାନଙ୍କୁ କହିଛନ୍ତି। ୧୭୮ଟି ସାମଗ୍ରୀର ଜିଏସ୍ଟି ହାର ୨୮%ରୁ କମାଇ ୧୮%କୁ ଅଣାଯାଇଛି। ସମସ୍ତ ପ୍ରକାର ରେସ୍ତୋରାଁ ଉପରେ ୫% ଜିଏସ୍ଟି ଲାଗୁ କରାଯାଇଛି। ଜିଏସ୍ଟି ହାରରେ ହୋଇଥିବା ପରିବର୍ତ୍ତନ ଆଜିଠାରୁ ଲାଗୁ ହୋଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇସାରିଛି। ପ୍ରତିଦିନ ଯେଭଳି ବିଭିନ୍ନ ସାମଗ୍ରୀର ଏମ୍ଆର୍ପି ଉପରେ ନଜର ରଖିହେବ ସେ ନେଇ ନୂତନ ବ୍ୟବସ୍ଥା କରାଯିବ। ପ୍ୟାକେଟ୍ରେ ବିକ୍ରି ହେଉଥିବା ସାମଗ୍ରୀର ଏମ୍ଆର୍ପି ବଢ଼ାଇବା ପୂର୍ବରୁ କଂପାନିଗୁଡ଼ିକୁ ଲୋକମାନଙ୍କୁ ଆଗୁଆ ସୂଚନା ଦେବାକୁ ପଡ଼ିବ। ଯେଉଁ ସାମଗ୍ରୀଗୁଡ଼ିକ ଖୁଚୁରା ବଜାରକୁ ଯିବାକୁ ପ୍ରସ୍ତୁତ ତାହା ଉପରେ ନୂଆ ଜିଏସ୍ଟି ହାର ଅନୁସାରେ ଏମ୍ଆର୍ପି ଷ୍ଟିକର ଲଗାଇବାକୁ ଶ୍ରୀ ପାଶଓ୍ଵାନ କଂପାନିଗୁଡ଼ିକୁ କହିଛନ୍ତି। ଅନେକ ନିତି ଦିନିଆ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ଜିଏସ୍ଟି ହାରକୁ ହ୍ରାସ କରାଯାଇଛି। ତାର, ଆସବାବପତ୍ର, ମାଟ୍ରେସ୍, ଟ୍ରଙ୍କ୍, ସୁଟ୍କେସ୍, ଡିଟରଜେଣ୍ଟ୍, ସାମ୍ପୁ, କେଶ କ୍ରିମ୍, କେଶ ରଙ୍ଗ, ଫ୍ୟାନ୍, ରବର୍, ମାଇକ୍ରୋସ୍କୋପ୍ ଏବଂ ଲ୍ୟାମ୍ପ୍ ଆଦି ଉପରୁ ଜିଏସ୍ଟି ହ୍ରାସ କରାଯାଇଛି।
ରାଜ୍ୟଙ୍କୁ କହିଲା କେନ୍ଦ୍ର: ଗ୍ରାହକଙ୍କ ପାଖରେ ଜିଏସ୍ଟି ଲାଭ ପହଞ୍ଚାଅ
/sambad/media/post_attachments/wp-content/uploads/2017/11/How-will-GST-affect-Indian-Businesses.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)