ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଋଣ ସୁଧ ହାର ଆଜି ‌ହ୍ରାସ ଘୋଷଣା କରିଛି। ସମସ୍ତ ଅବଧିର ଋଣ ସୁଧ ହାରରେ ବ୍ୟାଙ୍କ ୦.୦୫ ପ୍ରତିଶତ ହ୍ରାସ କରିଛି। ଚଳିତ ଆର୍ଥିକ ବର୍ଷରେ ଷ୍ଟେଟ ବ୍ୟାଙ୍କ ତୃତୀୟ ଥର ପାଇଁ ଏହାର ଋଣ ସୁଧ ହାର କମାଇଛି। ପୂର୍ବରୁ ଏପ୍ରିଲ ଏବଂ ମେ ମାସରେ ମଧ୍ୟ ବ୍ୟାଙ୍କ ଋଣ ସୁଧ ହାର ୦.୦୫ ପ୍ରତିଶତ ଲେଖାଏଁ ହ୍ରାସ କରିଥିଲା। ଆଜିର ଘୋଷଣା ପରେ ଷ୍ଟେଟ ବ୍ୟାଙ୍କର ବର୍ଷିକିଆ ଅବଧିର ସର୍ବନିମ୍ନ ଋଣ ସୁଧ ହାର ୮.୪୫%ରୁ ୮.୪୦%କୁ କମିଛି।