ସିଆଇଆଇ ଷ୍ଟାର୍ଟଅପ୍ ଗୁରୁକୂଳ: ରାଜ୍ୟର ପ୍ରଥମ ଭର୍ଚୁଆଲ୍ ଷ୍ଟାର୍ଟଅପ୍ ପ୍ରଦର୍ଶନୀ

ଭୁବନେଶ୍ବର : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ତରଫରୁ ଷ୍ଟାର୍ଟଅପ୍ ଓଡ଼ିଶା ଓ ଏଆଇସି ଏନ୍‌ଆଇଏଫ୍‌ଟି ସହଯୋଗରେ ସିଆଇଆଇ ଷ୍ଟାର୍ଟଅପ୍ ଗୁରୁକୂଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହା ହେଉଛି ରାଜ୍ୟର ପ୍ରଥମ ଭର୍ଚୁଆଲ୍ ଷ୍ଟାର୍ଟଅପ୍ ପ୍ରଦର୍ଶନୀ ଯାହା ମେ’ ୨୫ରୁ ଆରମ୍ଭ ହୋଇଥିଲା ଓ ଜୁନ୍ ୬ ପର୍ଯ୍ୟନ୍ତ ଚାଲିବ। ଏଥିରେ ୫୦ ଷ୍ଟାର୍ଟଅପ୍ ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅଟଳ ଇନୋଭେସନ ମିସନର ମିସନ ଡାଇରେକ୍ଟର ଡକ୍ଟର ଚିନ୍ତନ ବୈଷ୍ଣବ, ରାଜ୍ୟ ଏମ୍ଏସ୍‌ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ, ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ମନିଷ ଖରବନ୍ଦା, ଉପାଧ୍ୟକ୍ଷ ଶ୍ରୀଧର ପାତ୍ର, ସିଆଇଆଇ ଓଡ଼ିଶା ନବସୃଜନ କମିଟିର ସଂଯୋଜିକା ଜୟଶ୍ରୀ ମହାନ୍ତି, ସହ ସଂଯୋଜକ ସୁଧୀର ଜୈସ୍‌ୱାଲ ଓ ସିଆଇଆଇ ଓଡ଼ିଶା ଆଇସିଟି କମିଟିର ସହ ସଂଯୋଜକ ଅଶ୍ବିନୀ ରଥ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ୬୫୭ ପଞ୍ଜୀକରଣ ହୋଇଥିବା ବେଳେ ୩୭୪ ସ୍ବତନ୍ତ୍ର ପରିଦର୍ଶନକାରୀ ଆସିଥିଲେ। ପ୍ରଦର୍ଶନୀରେ ୩୫ଟି ଷ୍ଟଲ୍‌ ରହିଥିଲା। ୧୪୧୭ ଜଣ ଷ୍ଟଲ୍ ପରିଦର୍ଶନ କରିଥିଲେ।

ସିଆଇଆଇ ଷ୍ଟାର୍ଟଅପ୍ ଗୁରୁକୂଳରେ ଜୁନ୍ ୨ରେ ଶିଳ୍ପ ପିଚିଂ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯାହାକୁ ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ତଥା ସିଆଇଆଇ ଓଡ଼ିଶାର ପୂର୍ବତନ ମୁଖ୍ୟ ଡକ୍ଟର ତପନ କୁମାର ଚାନ୍ଦ ଉଦଘାଟନ କରିଥିଲେ। ଷ୍ଟାର୍ଟଅପ୍‌ଗୁଡ଼ିକ ଯେଭଳି ନବସୃଜନ ପାଇଁ ପ୍ରସ୍ତୁତ ହୋଇପାରିବେ ଓ ତାହାକୁ ଶିଳ୍ପ ସମ୍ମୁଖରେ ଉପସ୍ଥାପନ କରପାରିବେ ସେ ନେଇ ଆଲୋଚନା ହୋଇଥିଲା। ଏହି ଅଧିବେଶନରେ ଅନ୍ୟତମ ଅତିଥି ଭାବେ ଆପୋଲୋ ହସ୍ପିଟାଲସ୍‌ର ଆଞ୍ଚଳିକ ସିଇଓ ଡକ୍ଟର ସୁଧୀର ଡିଗିକର, ସ୍ବସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି, ପାରାଦୀପ ଫସଫେଟ୍‌ ଲିମିଟେଡ୍‌ର ସିଓଓ ରଣଜିତ ଚୁଗ୍, ଫାଲ୍‌କନ୍ ମେରାଇନ୍ ଏକ୍ସପୋର୍ଟସ୍‌ର ନିର୍ଦେଶିକା ପ୍ରିୟଙ୍କା ମହାନ୍ତି, କାଣ୍ଡୋଇ ଟ୍ରାନ୍ସପୋର୍ଟସ୍‌ର ଏମ୍‌ଡି ନବୀନ କାଣ୍ଡୋଇ, ଏସ୍‌ଜେ ଡେଭେଲପ୍‌ର୍ସର ନିର୍ଦେଶକ ମାତୃଦତ୍ତ ମିଶ୍ର, ବାଟୋଇ ସିଷ୍ଟମ୍‌ସର ଏମ୍‌ଡି ଅଶ୍ବିନୀ ରଥ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ଆଇଆଇଏମ୍-ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେଓ ଜୈସ୍‌ୱାଲ୍, ଅଥ ଗ୍ରୁପ୍‌ର ସଭାପତି ଡକ୍ଟର ଏନ୍‌ ଡି ରାଓ, ଏମ୍‌ଜିଏମ୍ ଗ୍ରିନ୍ ଏନର୍ଜିର ସିଇଓ ତନୁଜ ମହାନ୍ତି, ବରିଷ୍ଠ ଟିକସ କନସଲଟାଣ୍ଟ୍‌ ରାଜୀବ ସାହୁ ପ୍ରମୁଖ ଅଂଶଗ୍ରହଣ କରି ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିଥିଲେ। ଜୟଶ୍ରୀ ମହାନ୍ତି ଓ ସୁଧୀର ଜୈସ୍‌ୱାଲ ଏହି ଅଧିବେଶନର ସଂଯୋଜନା କରିଥିଲେ।

ଜୁନ୍ ୩ରେ ଅନୁଷ୍ଠିତ ମାଷ୍ଟର କ୍ଲାସେସ୍‌ ଅଧିବେଶନରେ ବକ୍ତାମାନେ ଷ୍ଟାର୍ଟଅପ୍ ପରିବେଶକୁ ନେଇ ସେମାନଙ୍କ ଥିବା ଅଭିଜ୍ଞତା ବାଣ୍ଟିଥିଲେ। ସାକ୍‌ରୋବୋଟିକ୍ସର ଏମ୍‌ଡି ସାକ୍ୟସିଂହ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଷ୍ଟାର୍ଟଅପ୍ ଓଡ଼ିଶାର ସଂଯୁକ୍ତା ବଢ଼ାଇ, ରାଟଲ୍‌ର ନିର୍ଦେଶକ ସୁତିନ୍ ସେଟ୍ଟି, ୱିସେନ୍ସର ପ୍ରତିଷ୍ଠାତା ଆଲୋକ ମିଶ୍ର, ଗ୍ରିଡ୍‌ବଟ୍‌ସ୍‌ ଟେକ୍ନୋଲୋଜିସ୍‌ର ମାର୍କେଟିଂ ମୁଖ୍ୟ ଜି ପ୍ରବୀଣ ଓ ସର୍କଲ୍‌ ଅଫ୍‌ ଏଞ୍ଜେଲସ୍‌ର ମେଣ୍ଟର ଦିଲ୍ଲୀପ ବିଦାନି ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଆଜି ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଇନକୁବେଟର ଓ ଆସେଲେଟରଙ୍କ ତରଫରୁ ରିଭର୍ସ ପିଚିଂ ଅଧିବେଶନରେ ଆଜି ଓଡ଼ିଶା ଓଡ଼ିଶାର ଶିକ୍ଷା କମିଟିର ସଂଯୋଜକ ସ୍ବର୍ଗତ ଡକ୍ଟର ବିଜୟ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅଧିବେଶନରେ ଏଆଇସି ଏନ୍‌ଆଇଏଫ୍‌ଟିର ସିଇଓ କୌସ୍ତୁଭ ଦାସ, ହଞ୍ଚ୍‌ ସର୍କଲ୍‌ର ପ୍ରୋଜେକ୍ଟ ଡାଇରେକ୍ଟର ନେମେସିସା ଉଜୈନ, ଆଲାଏନ୍ସ ଅଫ୍‌ କମର୍ସିଆଲାଇଜେସନ୍ ଆଣ୍ଡ୍‌ ଇନୋଭେସନ ରିସର୍ଚର ସମୀର ମଲ୍ଲିକ, ସପ୍ଲାଏଚେନ୍ ଲ୍ୟାବସ୍‌ର ମ୍ୟାନେଜିଂ ପାର୍ଟନର୍ ଆଶୁତୋଷ ମୟଙ୍କ୍‌ ଓ ଫାଭ୍‌ସିର ଭେଞ୍ଚର ବିଲ୍‌ଡର୍‌ ପ୍ରଣବ ଚତୁର୍ବେଦୀ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଅଧିବେଶନରେ ସିଆଇଆଇ ଓଡ଼ିଶାର ପୂର୍ବତନ ସଭାପତି ରଞ୍ଜନ ମହାପାତ୍ର ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଷ୍ଟାର୍ଟଅପ୍ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ମହମ୍ମଦ ସିଦ୍ଦିକି ଆଲୋଚନା କରିଥିଲେ। ଓ ହବ୍ ଖୁବ୍‌ଶୀଘ୍ର ଲୋକାର୍ପିତ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ୱାଇ ଆଇ ଭୁବନେଶ୍ବର ଚାପ୍ଟର ସହ ଅଧ୍ୟକ୍ଷ ସିଦ୍ଧାର୍ଥ ଗର୍ଗ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର