ଭୁବନେଶ୍ବର: ଜିଏସ୍ଟି ପରିଷଦ ବୈଠକର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପ୍ରାୟ ୩୫ ହଜାର କୋଟି ଟଙ୍କାର ଜିଏସ୍ଟି କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି। ତେବେ ଓଡ଼ିଶାକୁ ଏ ବାବଦରେ ୧୦୪୦ କୋଟି ଟଙ୍କା ମିଳିଛି। ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଜ୍ୟ ପକ୍ଷରୁ ଏହି ଦୁଇ ମାସ ପାଇଁ କ୍ଷତିପୂରଣ ବାବଦରେ ୧୧୯୪ କୋଟି ଟଙ୍କା ମଗାଯାଇଥିବାବେଳେ କେନ୍ଦ୍ର ପକ୍ଷରୁ ୧୫୪ କୋଟି ଟଙ୍କା କମ୍ ମିଳିଛି। ଉଲ୍ଲେଖଯୋଗ୍ୟ ଜିଏସ୍ଟି ଆଇନ ୨୦୧୭ ଅନୁଯାୟୀ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥା ରହିଛି। ପ୍ରତି ୨ ମାସରେ ଥରେ ଏହି ରାଶି ପ୍ରଦାନ ବ୍ୟବସ୍ଥା ରହିଛି। ଜିଏସ୍ଟି କ୍ଷତିପୂରଣ ପ୍ରଦାନକୁ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ରାଜ୍ୟ ଗୁଡ଼ିକ ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଭିନ୍ନ ରାଜ୍ୟ ଭଳି ଓଡ଼ିଶା ମଧ୍ୟ ବାରମ୍ବାର ଏ ନେଇ କେନ୍ଦ୍ରକୁ ଚିଠି ଲେଖିଥିଲା।
ରାଜ୍ୟକୁ ମିଳିଲା ୧୦୪୦ କୋଟିର ଜିଏସ୍ଟି କ୍ଷତିପୂରଣ
/sambad/media/post_attachments/wp-content/uploads/2019/12/gst-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)