ରାଜ୍ୟ ଷ୍ଟାର୍ଟଅପ ର‍୍ୟାଙ୍କିଙ୍ଗ୍‌-୨୦୧୮ : ଷ୍ଟାର୍ଟ ଅପ ଗଢିବାରେ ଗୁଜୁରାଟ ଦେଶର ସର୍ବୋତ୍ତମ ରାଜ୍ୟ, ଅଗ୍ରଣୀ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର : ଷ୍ଟାର୍ଟ-ଅପ କମ୍ପାନିଙ୍କୁ ଅନୁକୂଳ ବାତାବାରଣ ଯୋଗାଇବାରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅନ୍ତର୍ଗତ ଶିଳ୍ପନୀତି ଓ ପ୍ରେତ୍ସାହନ ବିଭାଗ (ଡିଆଇପିପି) ପକ୍ଷରୁ ଆଜି ପ୍ରକାଶିତ ରାଜ୍ୟ ଷ୍ଟାର୍ଟଅପ ର‍୍ୟାଙ୍କିଙ୍ଗ୍‌-୨୦୧୮ ରେ ଗୁଜୁରାଟ ନଂ୧ ସ୍ଥାନରେ ରହିଛି । ସମୁଦାୟ ରାଜ୍ୟ ତାଲିକାକୁ ୬ଟି ଭାଗରେ ବିଭକ୍ତ କରାଯାଇଛି । ଏଗୁଡିକ ହେଉଛି ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ବା ବେଷ୍ଟ ପରଫର୍ମର, ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟ ( ଟପ ପରଫର୍ମର), ଲିଡର, ଆସ୍ପାରିଂ ଲିଡର, ଏମର୍ଜିଂ ଷ୍ଟେଟ୍ସ ଓ ବିଗନର୍ସ ।

ଗୁଜୁରାଟକୁ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ବା ବେଷ୍ଟ ପରଫର୍ମର ମାନ୍ୟତା ଦିଆଯାଇଥିବାବେଳେ, କର୍ଣ୍ଣାଟକ, ଓଡ଼ିଶା ଓ ରାଜସ୍ଥାନ ଟପ ପରଫର୍ମର ତାଲିକାରେ ରହିଛନ୍ତି । ସେହିପରି ଲିଡର ତାଲିକାରେ ବିହାର, ଆନ୍ଧ୍ର, ଛତିଶଗଡ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ରହିଛନ୍ତି । ଅନ୍ୟପକ୍ଷରେ ଆସ୍ପାରିଂ ଲିଡର ତାଲିକାରେ ହରିୟାନା, ହିମାଚଳ,ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ରହିଛନ୍ତି ।

ଓଡ଼ିଶାରେ ଗତ କିଛି ବର୍ଷ ମଧ୍ୟରେ ଷ୍ଟାର୍ଟଅପଟିଏ ଗଢିବାର ବାତାବାରଣରେ ଅନେକ ଉନ୍ନତି ଆସିଛି । ଷ୍ଟାର୍ଟଅପ ମାନଙ୍କୁ ସାହାଯ୍ୟ କରିବାକୁ ସରକାର ଏକ ଷ୍ଟାର୍ଟ ଅପ ଓଡ଼ିଶା ନାମକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର