ଦିନକରେ ନିବେଶକ ହରାଇଲେ ୧.୭ ଲକ୍ଷ କୋଟି

ନୂଆଦିଲ୍ଲୀ: ଷ୍ଟକ ବଜାର ନିବେଶକମାନଙ୍କ ପାଇଁ ଶୁକ୍ରବାର ଏକ ଅଶୁଭ ଦିନ ଥିଲା। ଏହି ଦିନ ସେନସେକ୍ସରେ ୪୨୫ ପଏଣ୍ଟର ହ୍ରାସ ଦେଖାଦେବା ସହିତ ନିବେଶକମାନେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ହରାଇଛନ୍ତି। ୪୨୫ ପଏଣ୍ଟ ହ୍ରସା ସହିତ ସେନସେକ୍ସ ୩୬,୫୪୬ ପଏଣ୍ଟରେ ବନ୍ଦ ହୋଇଛି। ନିଫଟି ମଧ୍ୟ ୧୨୬ ପଏଣ୍ଟ ହ୍ରାସ ଘଟି ୧୦,୯୪୩ ପଏଣ୍ଟରେ ବନ୍ଦ ହୋଇଛି। ଅନ୍ତର୍ଜାତୀୟ ସ୍ତରରେ ଅଧିକାଂଶ ପୁଞ୍ଜି ବଜାର ନିମ୍ନମୁଖୀ ରହିଛି। ଏଥିସହିତ ୟୁରୋପର ଆର୍ଥିକ ଅଭିବୃଦ୍ଧି ଚଳିତବର୍ଷ ଓ ଆସନ୍ତାବର୍ଷ କମ୍ ରହିବ ବୋଲି ୟୁରୋପୀୟ ଆୟୋଗର ଆକଳନ, ଆମେରିକା ଓ ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ସମାଧାନ ହେବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଏସବୁର ପ୍ରଭାବ ଭାରତୀୟ ପୁଞ୍ଜି ବଜାର ଉପରେ ପଡ଼ିଛି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର