ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରି ୧ ଶନିବାର ଦିନ ପଡ଼ୁଛି। ସାଧାରଣତଃ ସପ୍ତାହର ଶନିବାର ଓ ରବିବାର ଷ୍ଟକ୍ ବଜାର ବନ୍ଦ ରହିଥାଏ। କିନ୍ତୁ ଏଥର ଫେବ୍ରୁଆରି ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ। ତେଣୁ ସେହିଦିନ ଷ୍ଟକ୍ ବଜାର ଖୋଲା ରହିବ ବୋଲି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଏନ୍ଏସ୍‌ଇ ସ୍ପଷ୍ଟ କରିଛି ଯେ ସମାନ ଦିନରେ ସେଟଲ୍‌ମେଣ୍ଟ୍‌ ହେଉଥିବା କାବରାର ସେହିଦିନ ହେବନାହିଁ। ବଜେଟ୍‌ ଦିନ ଷ୍ଟକ୍ ବଜାର ଖୋଲା ରହିବା କିଛି ନୂଆ କଥା ନୁହେଁ। ଅତୀତରେ ୨୦୨୦ର ଫେବ୍ରୁଆରି ୧, ୨୦୧୫ର ଫେବ୍ରୁଆରି ୨୮ ଛୁଟିଦିନରେ ପଡ଼ିଥିବା ସତ୍ତ୍ବେ ବଜେଟ୍ ଉପସ୍ଥାପନ କାରଣରୁ ଷ୍ଟକ୍ ବଜାର ଖୋଲା ରହିଥିଲା।