ମୁମ୍ବାଇ: ବୈଶ୍ବିକ କାରବାର କୁପ୍ରଭାବ ଯୋଗୁଁ ଆଜି ଭାରତୀୟ ସେୟାର୍ ବଜାରରେ ସେନ୍ସେକ୍ସ୍ ପ୍ରାୟ ୧୦୦୦ ପଏଣ୍ଟ୍ ଏବଂ ନିଫ୍ଟି ୧୭,୦୦୦ ପଏଣ୍ଟ୍ ଖସିଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ସକାଳ ୯:୧୬ ସୁଦ୍ଧା ସେନ୍ସେକ୍ସ୍ ୯୮୯.୮୨ ପଏଣ୍ଟ୍ ବା ୧.୭୧% ହ୍ରାସ ପାଇ ୫୬୮୬୮.୩୩ରେ ରହିଛି। ସେହିଭଳି, ନିଫ୍ଟି ମଧ୍ୟ ୨୯୧.୩୦ ପଏଣ୍ଟ୍ ବା ୧.୬୯% ହ୍ରାସ ପାଇ ୧୬୯୮୬.୭୦ରେ ରହିଛି।
ଏହା ବ୍ୟତିରେକେ, ୬୦୩ଟି ସେୟାର୍ ବା ଅଂଶଧନ ଅଗ୍ରଗତି ହାସଲ କରିଥିବା ବେଳେ ୧୫୨୪ଟି ସେୟାର୍ ଦର ଖସି ଯାଇଛି ଏବଂ ୯୯ଟି ସେୟାର୍ ଅପରିବର୍ତ୍ତିତ ରହିଛି।
ବ୍ରର୍ଡର୍ ମାର୍କେଟ୍ରେ ‘ବିଏସ୍ଇ ମିଡ୍କ୍ୟାପ୍’ ଏବଂ ‘ସ୍ମଲ୍କ୍ୟାପ୍’ ଇଣ୍ଡାଇସ୍ଗୁଡ଼ିକ ୧.୬% ନିମ୍ନଗାମୀ ହୋଇଛନ୍ତି।
Image Courtesy of News18ଆକ୍ସିସ୍ ବ୍ୟାଙ୍କ୍, ମାରୁତି ଏବଂ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ୍କୁ ଛାଡ଼ି ବାକି ସମସ୍ତ ସେନ୍ସେକ୍ସ୍-୩୦ ସେୟାର୍ ଋଣାତ୍ମକ ଭାବେ ବ୍ୟବସାୟ କରୁଛନ୍ତି। ଟାଇଟନ୍, ୱିପ୍ରୋ, ଟେକ୍ ଏମ୍, ଏଚ୍ଡିଏଫ୍ସି ଟ୍ବିନ୍ସ୍, ଇମ୍ଫୋସିସ୍, ନେସ୍ଲେ, ଡକ୍ଟର୍ ରେଡିସ୍, ଏଚ୍ସିଏଲ୍ ଟେକ୍, ଟାଟା ଷ୍ଟିଲ୍, ବଜାଜ୍ ଟୁଇନ୍ସ୍, ଟିସିଏସ୍ ଏବଂ ଅଲ୍ଟ୍ରାଟେକ୍ ସିମେଣ୍ଟ୍ର ସେୟାର୍ ୨% ରୁ ୩% ନିମ୍ନଗାମୀ ହୋଇ କ୍ଷତିରେ ପଡ଼ିଛନ୍ତି।
୨% ବୃଦ୍ଧି ପାଇ ନିଫ୍ଟିରେ ‘ଓଏନ୍ଜିସି’ ହିଁ ଏକମାତ୍ର ଲାଭକାରୀ ହୋଇପାରିଛି। କିନ୍ତୁ, ଗ୍ରାସିମ୍, ଆଇସର୍ ମୋଟର୍ସ ଏବଂ ଡେଭିଡ୍ ଲ୍ୟାବ୍ ଅତିରିକ୍ତ କ୍ଷତି ସହୁଛନ୍ତି। ପ୍ରତ୍ୟେକ ୨% ନିମ୍ନଗାମୀ ହୋଇ ସେକ୍ଟର୍ କ୍ଷେତ୍ରରେ ନିଫ୍ଟି ଆଇଟି, ଫାର୍ମା ଏବଂ କଞ୍ଜୁମର୍ ଡ୍ୟୁରେବ୍ଲ୍ କ୍ଷତିରେ ଅଗ୍ରଣୀ ଅଛନ୍ତି। ଏମାନଙ୍କ ପରେ ଅଛନ୍ତି, ରହିଛି ଅଟୋ, ବ୍ୟାଙ୍କ୍, ଫାଇନାନ୍ସିଆଲ୍ ସର୍ଭିସେସ୍, ରିଅଲିଟି ଏବଂ ମେଟାଲ୍ ସେୟାର୍। କିନ୍ତୁ, ୦.୧୨% ହାସଲ ଏକମାତ୍ର ଲାଭପ୍ରଦ ସୂଚକାଙ୍କରେ ରହିଛି ନିଫ୍ଟି ପିଏସ୍ୟୁ ବ୍ୟାଙ୍କ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/share.jpg)