ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୨୦୨୬-୨୭ର ବଜେଟ୍ ଫେବ୍ରୁଆରି ୧ ତାରିଖ ରବିବାର ଦିନ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେହି ବଜେଟ୍ ଉପସ୍ଥାପନ କରିବେ। ଏହାକୁ ଦୃଷ୍ଟିରେ ରଖି ବଜେଟ୍ ଦିନ ରବିବାର ହୋଇଥିଲେ ମଧ୍ୟ ଦେଶର ଦୁଇ ଷ୍ଟକ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ବଜେଟ୍ ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ଟ୍ରେଡିଂ ହେବ।
ଉଭୟ ଷ୍ଟକ୍ ବଜାର ପକ୍ଷରୁ ସ୍ବତନ୍ତ୍ର ସର୍କୁଲାର ଜରିଆରେ ଏହା ଘୋଷଣା କରାଯାଇଛି। ବିଏସ୍ଇ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଫେବ୍ରୁଆରି ୧ରେ ଟ୍ରେଡିଂ ସଦସ୍ୟମାନେ ଫେବ୍ରୁଆରି ୧ରେ ଟି+୦ ସେଟଲ୍ମେଣ୍ଟ୍ ଅଧିବେଶନରେ ଟ୍ରେଡିଂ ହେବ। ସେଟଲ୍ମେଣ୍ଟ୍ ପାଇଁ ନିଲାମ ଅଧିବେଶନ ହେବନାହିଁ। ଇକ୍ବିଟି ବର୍ଗ, ଏଫ୍ଆଣ୍ଡ୍ଓ ଓ କମୋଡିଟି ଡେରିଭେଟିଭ୍ରେ କାରବାର ହୋଇପାରିବ।
ଆହୁରି ପଢ଼ନ୍ତୁ: Teacher: ଉତ୍ତର ନଦେବାରୁ ଶିକ୍ଷକ ଭାଙ୍ଗିଲେ ଗଣେଶ, ସରସ୍ବତୀଙ୍କ ମୂର୍ତ୍ତି
ପୂର୍ବାହ୍ଣ ୯ଟା ୧୫ରୁ କାରବାର
ବଜେଟ୍ ଦିନ ପୂର୍ବାହ୍ନ ୯ଟା ୧୫ ମିନିଟ୍ରୁ ଅପରାହ୍ନ ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ କାରବାର ହେବ। ସାଧାରଣତଃ ପ୍ରତି ସପ୍ତାହରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଷ୍ଟକ୍ ବଜାର ଖୋଲା ରହିଥାଏ। ସବୁ ଶନିବାର ଓ ରବିବାର କାରବାର ବନ୍ଦ ହୁଏ। ଏହାବ୍ୟତୀତ ଜାତୀୟ ସ୍ତରରେ ଗୁରୁତ୍ବପୂର୍ଣ୍ଣ ସରକାରୀ ଛୁଟି ଓ ସ୍ଥାନୀୟ ଛୁଟିଦିନରେ ମଧ୍ୟ କାରବାର ବନ୍ଦ ରହିଥାଏ। ବଜେଟ୍ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଥିବାରୁ ଏଥର ରବିବାର ଷ୍ଟକ୍ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୦୦ ମସିହା ପରେ ପ୍ରଥମ ଥର ପାଇଁ ରବିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ୨୦୨୫ରେ ଶନିବାର ଦିନ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବଜେଟ୍ ଉପସ୍ଥାପନ କରିଥିଲେ। ୨୦୧୫ରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ମଧ୍ୟ ଶନିବାର ବଜେଟ୍ ଉପସ୍ଥାପନ କରିଥିଲେ।
ଆହୁରି ପଢ଼ନ୍ତୁ: Education: ମାତୃଭାଷା ଭିତ୍ତିକ ଶିକ୍ଷାକୁ ସୁଦୃଢ଼ କରିବା: ଧର୍ମେନ୍ଦ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/16/bse-2026-01-16-18-49-02.jpg)