ବିମାନଯାତ୍ରୀମାନେ ବିମାନ ବନ୍ଦରରେ ହଜାଇଥିବା ସାମଗ୍ରୀ ସଂପର୍କରେ ମୋବାଇଲ ଫୋନ୍ରେ ଟ୍ରାକ୍ କରିପାରିବେ। ଆଣ୍ଡ୍ରଏଡ୍ ଫୋନ୍ରେ ଉମଙ୍ଗ୍ ଆପ୍ରେ ଯାତ୍ରୀମାନେ ଏହି ସୁବିଧା ପାଇପାରିବେ ବୋଲି ସିଆଇଏସ୍ଏଫ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଥିପାଇଁ ‘ଲଷ୍ଟ୍ ଆଣ୍ଡ ଫାଉଣ୍ଡ୍’ ସୁବିଧାର ବିକାଶ କରାଯାଇଛି। ଗୁଗୁଲ୍ ପ୍ଲେ ଷ୍ଟୋର୍ର ସିଆଇଏସ୍ଏଫ୍ ସେକ୍ସନ ଅଧୀନରେ ଉମଙ୍ଗ ଆପ୍ରେ ଏହି ସୁବିଧା ମିଳିବ। ଏହି ଆପ୍ର ବଡ଼ ସୁବିଧା ହେଲା ଯାତ୍ରୀମାନେ ସିଧାସଳଖ ମୋବାଇଲରେ ସେମାନଙ୍କ ଅଭିଯୋଗ ପଞ୍ଜୀକରଣ କରିପାରିବା ସହିତ ଅଭିଯୋଗର ଷ୍ଟାଟସ୍ କଣ ରହିଛି ଜାଣିପାରିବେ। ଚଳିତମାସ ୧୦ ତାରିଖରେ ଏହି ସେବା ଆରମ୍ଭ କରାଯାଇଛି। ଏହି ଆପ୍ଲିକେସନ୍ରେ ୩ଟି ସୁବିଧା ଯଥା ‘ଲଷ୍ଟ୍ ଆଣ୍ଡ୍ ଫାଉଣ୍ଡ୍ ଆଇଟମ୍ସ ଆଟ ଏୟାରପୋର୍ଟ’, ’ଟ୍ରାକିଂ କମ୍ପ୍ଲେଣ୍ଟ/ରିକ୍ୱେଷ୍ଟ ଷ୍ଟାଟର୍ସ ଏବଂ ‘ଟେକ୍ନିକାଲ କନ୍ସଲଟାନ୍ସି ଇନ୍ ସିକ୍ୟୁରିଟି ଆଣ୍ଡ ଫାୟାର ସର୍ଭିସେସ୍’ ସୁବିଧା ପାଇପାରିବେ।
ଏଣିକି ହଜିଥିବା ସାମଗ୍ରୀକୁ ମୋବାଇଲ୍ରେ ଟ୍ରାକ୍ କରିପାରିବେ ବିମାନଯାତ୍ରୀ
/sambad/media/post_attachments/wp-content/uploads/2018/03/surya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)