ନୂଆଦିଲ୍ଲୀ: ରତନ ଟାଟାଙ୍କ ସ୍ୱପ୍ନର କାର ନାନୋର ଉତ୍ପାଦନ ବନ୍ଦ ହୋଇଯାଇପାରେ। ଜୁନ୍ ମାସରେ କମ୍ପାନି ୩ଟି ନାନୋ ଦେଶରେ ବିକ୍ରି କରିଥିବାବେଳେ ଗୋଟିଏ ମାତ୍ର କାର ଉତ୍ପାଦନ କରିଛି। ରପ୍ତାନି ଆଦୌ ହୋଇନାହିଁ। ଦୁଇ ଚକିଆ ଯାନ ଚଢ଼ୁଥିବା ବ୍ୟକ୍ତିମାନଙ୍କୁ ଶସ୍ତା କାର ଚଢ଼ିବାର ବିକଳ୍ପ ସୁଯୋଗ ଯୋଗାଇ ଦେବା ପାଇଁ ରତନ ଟାଟା ଏହି କାର ଉତ୍ପାଦନ ପାଇଁ ଆଗଭର ହୋଇଥିଲେ। ଏହାକୁ ବିଶ୍ୱର ଶସ୍ତା ବା ଲକ୍ଷେ ଟଙ୍କିଆ କାର ବୋଲି କୁହାଯାଉଥିଲା। ଷ୍ଟକ ମାର୍କେଟକୁ ଟାଟା ମୋଟର୍ସ ଦେଇଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଜୁନ୍ ମାସରେ ନାନୋର ରପ୍ତାନି ଆଦୌ ହୋଇନାହିଁ। ଗତବର୍ଷ ଜୁନ୍ରେ ନାନୋର ରପ୍ତାନି ୨୫ ୟୁନିଟ ରହିଥିଲା। ସେହିଭଳି ଗତବର୍ଷ ଜୁନ୍ରେ କମ୍ପାନି ଦେଶ ଭିତରେ ୧୬୭ଟି ନାନୋ ବିକ୍ରି କରିଥିବାବେଳେ ଚଳିତବର୍ଷ ଜୁନ୍ରେ ଏହା ୩ ୟୁନିଟ୍କୁ ହ୍ରାସ ପାଇଛି। ସେହିଭଳି ଗତବର୍ଷ ଜୁନ୍ରେ କମ୍ପାନି ୨୭୫ଟି ନାନୋ ଉତ୍ପାଦନ କରିଥିବାବେଳେ ଚଳିତବର୍ଷ ଜୁନ୍ରେ ଗୋଟିଏ ମାତ୍ର ନାନୋ ଉତ୍ପାଦନ କରିଛି। ଏ ସମ୍ପର୍କରେ କମ୍ପାନିର ପ୍ରବକ୍ତା କହିଛନ୍ତି, ବର୍ତ୍ତମାନ ରୂପରେ ନାନୋ ୨୦୧୯ ପରେ ତିଷ୍ଠି ରହିବା ସମ୍ଭବ ନୁହେଁ ବୋଲି ଆମେ ସଚେତନ ଅଛୁ। ନାନୋ ତିଷ୍ଠି ରହିବା ପାଇଁ ଅଧିକ ନିବେଶ ଆବଶ୍ୟକ। ତେବେ ନିବେଶ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ। କିନ୍ତୁ ପ୍ରମୁଖ ବଜାରରେ ଗ୍ରାହକଙ୍କ ଚାହିଦା ପୂରଣ ପାଇଁ ଆମେ ଏହାର ଉତ୍ପାଦନ ଅବ୍ୟାହତ ରଖିଛୁ ବୋଲି ସେ କହିଛନ୍ତି। ୨୦୦୮ ଜାନୁଆରିରେ ଦିଲ୍ଲୀ ଅଟୋ ଏକ୍ସପୋରେ ଏହି କାରର ପ୍ରଦର୍ଶନ କରାଯାଇଥିଲା। ଆରମ୍ଭରୁ ଏହି କାର ନିର୍ମାଣକୁ ନେଇ କମ୍ପାନି ଅନେକ ଉତ୍ଥାନ ପତନ ଦେଇ ଗତି କରିଛି।
ବନ୍ଦ ହୋଇଯିବ ନାନୋ!
ଜୁନ୍ରେ ରପ୍ତାନି ୦, ଉତ୍ପାଦନ ୧, ବିକ୍ରି ୩
/sambad/media/post_attachments/wp-content/uploads/2018/07/nano.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)