ନୂଆଦିଲ୍ଲୀ: ଭାରତ ସରକାର ଆଜି ସବୁ ପ୍ରକାର ପିଆଜର ରପ୍ତାନି ଉପରେ କଟକଣା ଜାରି କରିଛନ୍ତି। ତେବେ କଟା ହୋଇଥିବା କିମ୍ବା ପାଉଡର୍‌ ଆକାରରେ ବିକ୍ରି ହେଉଥିବା ପିଆଜ ରପ୍ତାନିକୁ କଟକଣାମୁକ୍ତ ରଖାଯାଇଛି। ପିଆଜି ରପ୍ତାନିକୁ ନିଷିଦ୍ଧ କରାଯାଇଥିବା ସମ୍ପର୍କରେ ବୈଦେଶିକ ବ୍ୟାପାର ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବାଙ୍ଗାଲୋର ଓ କ୍ରିଷ୍ଣପୂରମରେ ଉତ୍ପାଦନ କରାଯାଉଥିବା ପିଆଜ ରପ୍ତାନିକୁ ମଧ୍ୟ ବନ୍ଦ କରାଯାଇଛି। ଦେଶ ଭିତରେ ପିଆଜ ଦାମ୍ ବୃଦ୍ଧି ପାଉଥିବା ବେଳେ କେତେକ ସ୍ଥାନରେ ଏହାର ଅଭାବ ପରିଲକ୍ଷିତ ହୋଇଛି। ତାହାକୁ ନଜରରେ ରଖି ସରକାର ସବୁ ପ୍ରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ‌ସାଧାରଣତଃ ପ୍ରତିବର୍ଷ ଏହି ସମୟରେ ପିଆଜ ଦାମ୍ ବଢ଼ିଥାଏ। ମାତ୍ର ଚଳିତ ବର୍ଷ ମହାମାରୀ ସମୟରେ ବିପୁଳ ପରିମାଣର ପିଆଜ ରପ୍ତାନି କରାଯାଇଥିବାରୁ ଏହାର ଅଭାବ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଛି। ଗତ ଏପ୍ରିଲ୍‌-ଜୁନ୍ ମଧ୍ୟରେ ଭାରତ ୧୯୮ ନିୟୁତ ଟନ୍ ପିଆଜ ରପ୍ତାନି କରିଛି। ୨୦୧୯-୨୦ ଆର୍ଥିକ ବର୍ଷ ସାରା ପିଆଜି ରପ୍ତାନି ପରିମାଣ ୪୪୦ ନିୟୁତ ଡଲାର ଥିଲା। ଭାରତ ଏହାର ପିଆଜକୁ ମୁଖ୍ୟତଃ ବାଲାଂଦେଶ, ମାଲେସିଆ, ୟୁଏଇ ଓ ଶ୍ରୀଲଙ୍କାକୁ ରପ୍ତାନି କରିଛି।

Advertisment

ଗତବର୍ଷ ମଧ୍ୟ ପିଆଜ ରପ୍ତାନି ଉପରେ ସରକାର କଟକଣା ଲଗାଇଥିଲେ। ଦେଶ ଭିତରେ ଏହାର ଦାମ୍ ବଢ଼ିବା ପରେ ରପ୍ତାନି ବନ୍ଦ ରଖାଯିବା ସହ ରପ୍ତାନି ପାଇଁ ଏହାର ସର୍ଟବନିମ୍ନ ଟନ୍ ପିଛା ଦାମ୍ ୮୫୦ ଡଲାର ଧାର୍ଯ୍ୟ କରାଯାଇଥିଲା। ଗତବର୍ଷ ମହାରାଷ୍ଟ୍ର ଓ କର୍ଣ୍ଣାଟକରେବନ୍ୟା ହେବାରୁ ପିଆଜ ଫସଲ ନଷ୍ଟ ହୋଇଥିଲା। ସେଥିପାଇଁ ଏହାର ଦାମ୍ ବଢ଼ିଥିଲା। ଚଳିତ ବର୍ଶ ମାର୍ଚ୍ଚରେ ଏହାର ସର୍ବନିମ୍ନ ରପ୍ତାନି ମୂଲ୍ୟକୁ ପ୍ରତ୍ୟାହାର କରାଯିବା ସହ ପିଆଜ ରପ୍ତାନି ପାଇଁ ଅନୁମତି ଦିଆଯାଇଥିଲା।