ନୂଆଦିଲ୍ଲୀ: ପିଲାଙ୍କର ସବୁଠାରୁ ପସନ୍ଦ ପାନୀୟ ବ୍ରାଣ୍ଡ ତାଲିକାରେ ଫ୍ରୁଟି ନାମ ସବୁଠାରୁ ଆଗରେ ରହିଥାଏ | ସେହିପରି ଯୁବପିଢ଼ି ଆପି ଫିଜକୁ ପିଇବାକୁ ଖୁବ ପସନ୍ଦ କରିଥାନ୍ତି | ତେବେ ଆପଣ ଜାଣିଛନ୍ତି କି ଏହି ଦୁଇଟି ବ୍ରାଣ୍ଡକୁ ଲୋକପ୍ରିୟ କରାଇବାରେ ଜଣେ ଯୁବତୀଙ୍କର ହାତ ରହିଛି | ଏହି ଯୁବତୀଙ୍କ ନାମ ହେଉଛି ନଦିଆ ଚୌହାନ | ବ୍ୟବସାୟ ଜଗତରେ ନଦିଆ ଏକ ଚର୍ଚ୍ଚିତ ନାମ | ସେ ମାତ୍ର ୧୭ ବର୍ଷ ବୟସରେ ଏହି ବ୍ୟବସାୟରେ ଯୋଗ ଦେଇଥିଲେ ଏବଂ ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ତାଙ୍କୁ ଭାରତର ମନୋନୀତ ଶିଳ୍ପପତି ମହିଳାମାନଙ୍କ ମଧ୍ୟରେ ଗଣାଯାଏ, ଯାହାଙ୍କର ଉଦ୍ୟମରେ କ୍ଷତିରେ ଚାଲୁଥିବା କମ୍ପାନୀ ଲାଭଜନକ କମ୍ପାନୀରେ ପରିଣତ ହୋଇପାରିଛି | ଆପଣ ନିଶ୍ଚୟ ଭାବେ ଫ୍ରୁଟିର ନାମ ଶୁଣିଥିବେ |
ଆଜି ଆମେ ନଦିଆଙ୍କ ବାବଦରେ ଏଭଳି କିଛି କହିବୁ, ଯିଏ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀର ଆହ୍ୱାନ ମଧ୍ୟରେ ସେ ନିଜ ବ୍ରାଣ୍ଡକୁ ଏତେ ବଡ କରିଛନ୍ତି | ବାସ୍ତବରେ ନଦିଆଙ୍କ ପରିବାର ପାର୍ଲେ ଏଗ୍ରୋ ନାମକ କମ୍ପାନୀ ଆରମ୍ଭ କରିଥିଲେ | ନଦିଆ ମାତ୍ର ୧୭ ବର୍ଷ ବୟସରେ କମ୍ପାନୀରେ ଯୋଗ ଦେଇ ପରିଚାଳନା ଭାର ସମ୍ଭାଳିଥିଲେ | ଅକ୍ଲାନ୍ତ ପରିଶ୍ରମ ସାଙ୍ଗକୁ ଅବିରତ ଚେଷ୍ଟା ଫଳରେ ମାତ୍ର ୩୦୦ କୋଟି ଟଙ୍କାରେ ଥିବା ଫ୍ରୁଟି କମ୍ପାନୀକୁ ୮୦୦୦ କୋଟି ଟଙ୍କା ବ୍ରାଣ୍ଡରେ ପରିଣତ କରିଥିଲେ | ବିଶେଷ କରି ଭିନ୍ନ ଢଙ୍ଗରେ ସେ ପାନୀୟ ପ୍ରସ୍ତୁତ କରି ବଜାରକୁ ଛାଡିଥିଲେ | ଯାହାକି ବେଶ ଲୋକପ୍ରିୟତା ହାସଲ କରିଥିଲା | ପାଣି ବୋତଲ ବ୍ରାଣ୍ଡ ବେଲି ସହ ୨୦୦୫ରେ ସେ ଆପି ଫିଜ ନାମରେ ପାନୀୟ ଲଞ୍ଚ କରିଥିଲେ | ଆଜି ଆପି ଫିଜ ପାର୍ଲେ ଏଗ୍ରୋର ଅନ୍ୟତମ ପ୍ରମୁଖ ବ୍ରାଣ୍ଡ ପାଲଟିଛି ।