() ଏବେ ଘରେଘରେ କାଇଁ ଆଉ ଟର୍ଚ୍ଚ ଦେଖିବାକୁ ମିଳୁନି । ଆଗରୁ ଟର୍ଚ୍ଚକୁ ନେଇ ଯେମିତି ଲୋକଙ୍କ ମନରେ ଗୋଟେ ନିର୍ଦ୍ଦିଷ୍ଚ କମ୍ପାନୀର ଟର୍ଚ୍ଚ ପ୍ରତି ଆବେଗ ଥିଲା ଆଉ ଟର୍ଚ୍ଚର ଆବଶ୍ୟକତା ଥିଲା ଏବେ କିନ୍ତୁ ଟର୍ଚ୍ଚର ସେପରି ଆବଶ୍ୟକତା ପଡୁନି । ବିଜୁଳି ଚାଲିଗଲେ କିମ୍ବା ଅନ୍ଧାରର ହେଲେ ଲୋକେ ପକେଟରୁ ମୋବାଇଲଟା କାଢି ଫ୍ଲାସ ଅନ୍ କରି ଦେଉଛନ୍ତି । ଫୋନ ଫ୍ଲାସ ଅନ୍ କରିବା ଦ୍ବାରା ଆଲୁଅ ସିନା ମିଳିଯାଉଛି ହେଲେ ଅଧିକ ସମୟ ଲାଇଟ ଜଳିଲେ ମୋବାଇଲର ଚାର୍ଜ ସରିବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ତେଣୁ ଏହାର ସମାଧାନ ପାଇଁ ମାର୍କେଟକୁ ଆସିଛି ଭିନ୍ନ ଧରଣର ଟର୍ଚ୍ଚ ଯାହା କମ୍ ଟଙ୍କାରେ ଅଧିକ ସମୟ ଜଳୁଛି ।
/sambad/media/media_files/2025/01/28/CjJidJH1uzhBhTRKo1qL.jpg)
Led Dynamo Wind up Flashlightର ବଜାର ପ୍ରବେଶ ହୋଇଛି ଯାହାକୁ ଆପଣ ବିନା ଚାର୍ଜରେ ଲମ୍ବା ସମୟ ପର୍ୟ୍ୟନ୍ତ ବ୍ୟବହାର କରିପାରିବେ ଏବଂ ଏହି ଫ୍ଲାସ ଲାଇଟରେ ବ୍ୟାଟେରୀ ବ୍ୟବହାର ହୋଇନାହିଁ । ଏକ ସ୍ବତନ୍ତ୍ର ଜ୍ଞାନକୌଶଳ ବ୍ୟବହାର କରି ଏଥିରେ ବ୍ୟାଟେରୀ ବଦଳରେ ଡାଇନାମୋ ଲଗାଯାଇଛି । ମାର୍କେଟରେ ଏହାର ଦାମ୍ ୪୦୦ ତଳକୁ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/01/28/nLFEPXyU8osi1Wajbeve.jpeg)