ଅମୃତାଞ୍ଜନ ମଲମ ସୃଷ୍ଟି ପଛର କାହାଣୀ: ଵୈଦ୍ୟରୁ ସ୍ୱାଧୀନତା ସଂଗ୍ରାମୀର ଯାତ୍ରା

ଭୁବନେଶ୍ୱର: କାହିଁ କେତେକାଳରୁ ଆପଣ ଘରେ ଥିବା ଅମୃତାଞ୍ଜନ ମଲମକୁ ଦେଖିଥିବେ | ମୁଣ୍ଡ ବ୍ୟଥା ହେଉ କି ସର୍ଦ୍ଦି ଏହି ମଲମ ଆମ ଘରମାନଙ୍କରେ ପ୍ରାୟତଃ ବ୍ୟବହାର ହୋଇଥାଏ | ଆଜି ଆମେ ଆପଣଙ୍କୁ ଏହି ମଲମ ପଛର ଏକ ରୋଚକ କଥା କହିବୁ | ଏହି ମଲମ ସୃଷ୍ଟି କରିଥିବା ଏମିତି ଜଣେ ବୈଦ୍ୟଙ୍କ ବାବଦରେ କହିବୁ ଯିଏ କି ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ | ଏହି ମଲମର ସୃଷ୍ଟିକର୍ତ୍ତା ଥିଲେ ନାଗେଶ୍ୱର ରାଓ ପାଣ୍ଟୁଲୁ | ଜଣେ ଜଣାଶୁଣା ବୈଦ୍ୟ ବ୍ୟତୀତ ମହାତ୍ମା ଗାନ୍ଧୀଙ୍କ ସହ ଆଇନ ଅମାନ୍ୟ ଆନ୍ଦୋଳନରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ |

୧୮୬୭ ମସିହାରେ ଆନ୍ଧ୍ରପ୍ରଦେଶର କୃଷ୍ନା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ନିଜ ସହରରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ଏବଂ ମାଡ୍ରାସ ଖ୍ରୀଷ୍ଟିଆନ କଲେଜରୁ ସ୍ନାତକ ହାସଲ କରିବା ପରେ ରାଓ କଲିକତା ଫାର୍ମାସ୍ୟୁଟିକାଲ୍ ଉତ୍ପାଦନ ବ୍ୟବସାୟରେ କାମ କରିବାକୁ ଯାଇଥିଲେ। ଏଠାରେ ସେ ଔଷଧ ତିଆରିର ମୌଳିକ ଶିକ୍ଷା ପ୍ରାପ୍ତ କରିଥିଲେ |

photo-istampgallery

କଲିକତାରେ କାମ କରିବାର ଅଭିଜ୍ଞତାକୁ ପାଥେୟ କରି ଗ୍ରହଣ କରି ନାଗେଶ୍ୱର ଏକ ମଲମ ବିକଶିତ କରିଥିଲେ ଏବଂ ୧୮୯୩ ମସିହାରେ ମୁମ୍ବାଇରେ ଏକ କମ୍ପାନୀ ପ୍ରତିଷ୍ଠା କରି ଉତ୍ପାଦନ ଆରମ୍ଭ କରିଥିଲେ । ଯେହେତୁ ବଜାରରେ ଏହି ଭଳି ମଲମ ସେତେ ବିକଶିତ ହୋଇନଥିଲା ତେଣୁ ଖୁବ୍ ଶୀଘ୍ର ନାଗେଶ୍ୱର ରାଓଙ୍କ ମଲମ ଲୋକପ୍ରିୟତା ହାସଲ କରିଥିଲା | ଏହାର ନାମକୁ ଅମୃତାଞ୍ଜନ ଦେବା ସହ ଲୋକଙ୍କ ପାଖରେ କିଭଳି ସ୍ୱଳ୍ପ ମୂଲ୍ୟରେ ଏହା ଉପଲବ୍ଧ ହୋଇପାରିବ ସେ ବ୍ୟବସ୍ଥା କରିଥିଲେ | ୧୧ ଏପ୍ରିଲ ୧୯୩୮ ରେ ନାଗେଶ୍ଵରଙ୍କର ଦେହାନ୍ତ ହୋଇଥିଲା ସତ କିନ୍ତୁ ତାଙ୍କ ମଲମ ଏବେ ବି ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇ ରହିଛି |

ସମ୍ବନ୍ଧିତ ଖବର