ଲକ୍ଷେ ଟଙ୍କିଆ ଚାକିରି ଛାଡି ପ୍ରସ୍ତୁତ କରୁଛନ୍ତି ଚ୍ୟବନପ୍ରାସ, ଆଇଆଇଏମ ଗ୍ରାଜୁଏଟଙ୍କ ନିଆରା ଉଦ୍ୟମ

ଜୟପୁର: ଗତ ବର୍ଷ କରୋନା ମହାମାରୀ ଆମ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟର ମହତ୍ତ୍ୱ ବାବଦରେ ଶିକ୍ଷା ଦେଇଛି | ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଲୋକମାନେ ପ୍ରତିଦିନ ବିଭିନ୍ନ ଔଷଧ ସହ ପନିପରିବା ଖାଇବା ଆରମ୍ଭ କରିଛନ୍ତି | ଏହିପରି ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଚ୍ୟବନପ୍ରାସ ଆମ ଦେଶରେ ବର୍ଷ ବର୍ଷ ଧରି ଖିଆଯାଉଛି | ବିଭିନ୍ନ ପ୍ରକାରର ଜଡିବୁଟି ଏବଂ ଅଁଳାରୁ ପ୍ରସ୍ତୁତ ଚ୍ୟବନପ୍ରାସ ଶୀତଦିନେ ଅଧିକାଂଶ ଲୋକ ଖାଇଥା’ନ୍ତି | ଆଜି ଆମେ ଆପଣଙ୍କୁ ରାଜସ୍ଥାନର ଜଣେ ମହିଳା ଉଦ୍ୟୋଗୀ ଅଙ୍କିତା କୁମାୱାତଙ୍କ ବାବଦରେ କହିବାକୁ ଯାଉଛୁ ଯିଏ କେବଳ ଜୈବିକ ଚାଷ କରନ୍ତି ନାହିଁ ବରଂ ଅଁଳାରୁ ଚ୍ୟବନପ୍ରାସ ତିଆରି କରି ବିକ୍ରୟ ମଧ୍ୟ କରୁଛନ୍ତି | ୨୦୦୯ ରେ ଆଇଆଇଏମ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ)ରୁ ଏମବିଏ ଡିଗ୍ରୀ ହାସଲ କରିବା ପରେ, ସେ କିଛି ବର୍ଷ କାମ କରିଥିଲେ ଏବଂ ପରେ ୨୦୧୪ରେ ଚାକିରି ଛାଡି ଜୈବିକ ଚାଷ କରିବା ଆରମ୍ଭ କରିଥିଲେ | ଅଙ୍କିତା ଗତ ତିନିବର୍ଷ ଧରି ହୋମମେଡ୍ ଚ୍ୟବନପ୍ରାସର ବ୍ୟବସାୟ କରିଆସୁଛନ୍ତି |

ସମ୍ପ୍ରତି, ସେ ସୁଗାର ଫ୍ରି ଚ୍ୟବନପ୍ରାସ ସମେତ ଦୁଇ ପ୍ରକାରର ଚ୍ୟବନପ୍ରାସ ତିଆରି ଏବଂ ବିକ୍ରୟ କରୁଛନ୍ତି | ଅଙ୍କିତା କହିଛନ୍ତି, “ଗତ ବର୍ଷ ମୁଁ ମୋ ଜମିରୁ ଚାଷ କରି ପ୍ରାୟ ୯୨୦୦ କିଲୋଗ୍ରାମ ଚ୍ୟବନପ୍ରାସ ତିଆରି କରି ବିକ୍ରି କରିଥିଲି | ଏହି ସମୟରେ, ଚଳିତ ବର୍ଷ ଶୀତ ଆରମ୍ଭରେ, ମୁଁ ୧୦୦ କିଲୋଗ୍ରାମରୁ ଅଧିକ ଚ୍ୟବନପ୍ରାସ ବିକ୍ରି କରିସାରିଛି | ଅଙ୍କିତା କହିଛନ୍ତି ଯେ ତାଙ୍କ କ୍ଷେତରେ ଚାଷ ହେଉଥିବା ଅଁଳାର ଉପଯୁକ୍ତ ବ୍ୟବହାର କରିବା ପାଇଁ ସେ ଏହି ଉତ୍ପାଦ ତିଆରି କରିବା ଆରମ୍ଭ କରିଥିଲେ | ସେ କୁହନ୍ତି, “ଆମ ଜମିରେ ୧୦ଟି ଅଁଳା ଗଛ ଅଛି, ଯେଉଁଥିରୁ ଶୀତଦିନେ ୩୦୦ ରୁ ୪୦୦ କିଲୋଗ୍ରାମ ଅଁଳା ଉପଲବ୍ଧ ହୁଏ |

Homemade chawanprash making from gooseberry
Photo-Better India

ପୂର୍ବରୁ ଆମେ ଏହାକୁ ସଠିକ୍ ଭାବରେ ବ୍ୟବହାର କରିପାରୁନଥିଲୁ | ଆମେ ଆମର ବନ୍ଧୁ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଅଁଳା ବାଂଟିଦେଉଥିଲୁ | ତା’ପରେ ଆମଲା ମୁଖୱାସ୍ ତିଆରି କରିବା ଆରମ୍ଭ କଲୁ। ତଥାପି, ମୁଖୱାସ୍ ବ୍ୟବସାୟରେ ସେତେ ସଫଳତା ମିଳିନଥିଲା | ଏହା ପରେ ଇଣ୍ଟରନେଟରେ ଚ୍ୟବନପ୍ରାସକୁ କିପରି ତିଆରି କରିବେ ସେ ଶିଖିଲେ | ଅଙ୍କିତା ପ୍ରଥମେ ଚ୍ୟବନପ୍ରାସ ତିଆରି କରି ଘରର ଲୋକ ଏବଂ ବନ୍ଧୁମାନଙ୍କୁ ଦେଇଥିଲେ | ଯାହା ପରେ ଏହାକୁ ଅନଲାଇନରେ ବିକ୍ରି କରିବା ଆରମ୍ଭ କରିଥିଲେ | ଅଙ୍କିତା କହିଛନ୍ତି ଯେ ସେ ନିଜ ଚ୍ୟବନପ୍ରାସକୁ ୧୫ ପ୍ରତିଶତ ମାର୍ଜିନରେ ବିକ୍ରି କରୁଛନ୍ତି | ସେ ଏହାକୁ ଆମାଜନ ଏବଂ ନିଜସ୍ୱ ୱେବସାଇଟରେ ବିକ୍ରି କରୁଛନ୍ତି | ଏହା ବ୍ୟତୀତ କିଛି ଲୋକ ଫାର୍ମକୁ ଆସି ଏହାକୁ ନେଇଯାଆନ୍ତି |

ସମ୍ବନ୍ଧିତ ଖବର