ଷ୍ଟାର୍ଟଅପ ଗୁଡ଼ିକୁ ସହାୟତା ପାଇଁ ଏସଟିପିଆଇ ଭୁବନେଶ୍ବର ପକ୍ଷରୁ ନେକ୍ସଟ୍ ଜେନେରେସନ୍ ଇନକୁବେସନ ସ୍କିମ୍  ଆରମ୍ଭ

ଭୁବନେଶ୍ୱର: ଏସଟିପିଆଇ-ଭୁବନେଶ୍ୱର ପକ୍ଷରୁ ନେକ୍ସଟ୍ ଜେନେରେସନ ଇନକୁବେସନ ସ୍କିମ୍ (ଏନଜିଆଇଏସ୍) ଆଉଟରିଚ ୱେବିନାର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଏସଟିପିଆଇ ଭୁବନେଶ୍ୱରର ମହାନିର୍ଦ୍ଦେଶକ ଡକ୍ଟର ଓଁକାର ରାୟ କହିଛନ୍ତି ଯେ, “ଭାରତକୁ ଏକ ସଫଟଓୟାର ହବରେ ପରିଣତ ହେବା ଲାଗି ଏନଜିଆଇଏସ୍ ଓ ଏସଟିପିଆଇ ସିଓଇ ଜରୁରୀ । ଏନଜିଆଇଏସ୍ ହେଉଛି ଭବିଷ୍ୟତ ପାଇଁ ଉପଯୋଗୀ ଥିବା ଏକ ଇନକୁବେସନ ସ୍କିମ୍ ଯାହା ସାରା ଦେଶରେ ଥିବା ବିଭିନ୍ନ ପ୍ରକାର ଏସଟିପିଆଇ ଇନକୁବେସନଗୁଡ଼ିକରେ ପ୍ରଯୁକ୍ତି ଷ୍ଟାର୍ଟଅପଗୁଡ଼ିକୁ ବ୍ୟାପକ ସହାୟତା ଓ ସେବା ପ୍ରଦାନ କରୁଛି । ଏହି ସ୍କିମର ଲକ୍ଷ୍ୟ ହେଉଛି ୩୦୦ ପର୍ଯ୍ୟନ୍ତ ଷ୍ଟାର୍ଟଅପ/ଉଦ୍ୟୋଗୀଙ୍କୁ ଇନକୁବେସନ ସହିତ, ଫାଇନାନ୍ସ/ସିଡ ଫଣ୍ଡିଂ, ମେଣ୍ଟରସିପ ସହାୟତା ଆଦିକୁ ସର୍ବଭାରତୀୟ ପ୍ରତିଭାର ଭଣ୍ଡାର ଏବଂ ଉଦ୍ୟୋଗୀ ପ୍ଲାଟଫର୍ମ ଜରିଆରେ ପ୍ରଦାନ କରିବା ଯାହା ଉଦୀୟମାନ ଷ୍ଟାର୍ଟଅପଗୁଡ଼ିକ ମଧ୍ୟରେ ନେଟୱର୍କିଂ, ଜ୍ଞାନ ବଣ୍ଟନ ଓ ସହ-ଶିକ୍ଷା ଗ୍ରହଣ ଓ ଇଣ୍ଟର୍ଣ୍ଣସିପ ଅନୁଦାନ ପ୍ରଦାନ କରିବ ।’’

ଏଜିଆଇଏସକୁ ଉନ୍ମୋଚନ କରିବା ଲାଗି ଭୁବନେଶ୍ୱରକୁ ଚୟନ କରାଯାଇଥିବାରୁ  ମାନସ ପଣ୍ଡା, ନିର୍ଦେଶକ, ଏସଟିପିଆଇ-ଭୁବନେଶ୍ୱର ଭାରତ ସରକାର ଓ ଏସଟିପିଆଇକୁ ଧନ୍ୟବାଦ ଜଣାଇଛନ୍ତି । ନବେ ଦଶକରେ ପ୍ରଥମ ଏସଟିପିଆଇ ସ୍ଥାପନର ସଫଳତାକୁ ଭୁବନେଶ୍ୱର ଦୋହରାଇବ । ଭୁବନେଶ୍ୱରର ବିଭିନ୍ନ ଦୃଢ଼ତା ଓ ସୁଯୋଗକୁ ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ଏନଜିଆଇଏସର ଲାଭ ଉଠାଇବା ଲାଗି ସେ ଷ୍ଟାର୍ଟଅପ୍ ଓ ଇନୋଭେଟରମାନଙ୍କୁ ଆହ୍ୱାନ ଦେଇଥିଲେ । ଭୁବନେଶ୍ୱର ସମେତ ଦେଶର ୧୨ଟି ସ୍ଥାନରେ ଏନଜିଆଇଏସକୁ ଉନ୍ମୋଚନ କରାଯାଇଛି ।

ନେକ୍ସଟ ଜେନେରେସନ୍ (ପରବର୍ତ୍ତୀ ପିଢ଼ି)ର ଷ୍ଟାର୍ଟଅପ୍ ଚ୍ୟାଲେଞ୍ଜରେ ଏଡୁ-ଟେକ୍, ଏଗ୍ରି-ଟକ୍, ଫିନ-ଟେକ୍, ଯୋଗାଣ ଶୃଙ୍ଖଳା, ଲଜିଷ୍ଟିକ୍ସ ଓ ପରିବହନ ପରିଚାଳନା, ଭିତ୍ତିଭୂମି ଓ ରିମୋଟ ମନିଟରିଂ, ମେଡିକାଲ୍ ସ୍ୱାସ୍ଥ୍ୟ ସେବା, ପ୍ରତିଷେଧମୂଳକ ଓ ମନୋବିଜ୍ଞାନ ଯତ୍ନ, ଡାଏଗ୍ନୋଷ୍ଟିକ୍ସ, ନିଯୁକ୍ତି ଓ ପ୍ରଶିକ୍ଷଣ, ଭାଷାଗତ ଉପକରଣ ଏବଂ ପ୍ରଯୁକ୍ତି ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଥିରେ ଯେଉଁ ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ଚୟନ ହେବେ ସେମାନଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସିଡ୍ ପାଣ୍ଠି ଦିଆଯିବ ଏବଂ ପ୍ରି ଇନକୁବେସନ ପ୍ରୋଗ୍ରାମରେ ଚୟନ କରାଯିବାକୁ ଥିବା ଷ୍ଟାର୍ଟଅପ୍ଗୁଡ଼ିକୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ । କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଦ୍ୱାରା ଏନଜିଆଇଏସ୍ ଘୋଷଣା କରାଯାଇଛି ଯାହାକୁ ଏସଟିପିଆଇ କାର୍ଯ୍ୟକାରୀ କରୁଛି । 

ସମ୍ବନ୍ଧିତ ଖବର