ନୂଆଦିଲ୍ଲୀ: ସାଂସଦ ନବୀନ ଜିନ୍ଦଲ ସଂସଦରେ ରିଫାଇନ୍‌ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ ଦ୍ୱାରା ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି। ଜନସାଧାରଣଙ୍କ ସୁସ୍ଥ ଜୀବନଯାପନ ପାଇଁ ସେ ଅଧିକ ସ୍ୱଚ୍ଛତା, କଠୋର ନିୟମ ଏବଂ ଗ୍ରାହକ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ଜିନ୍ଦଲ କହିଛନ୍ତି ଯେ ଅଧ୍ୟୟନରୁ ଜଣାପଡିଛି ଯେ ବାରମ୍ବାର ରିଫାଇନ୍ ପ୍ରକ୍ରିୟା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱକୁ ନଷ୍ଟ କରିଦିଏ ଏବଂ କ୍ଷତିକାରକ ଟ୍ରାନ୍ସ ଫ୍ୟାଟ୍ ସୃଷ୍ଟି କରେ ଯାହା ହୃଦରୋଗ, ମଧୁମେହ ଏବଂ ମେଦବହୁଳତା ପରି ଜୀବନଶୈଳୀ ଜନିତ ରୋଗର ଆଶଙ୍କାକୁ ଯଥେଷ୍ଟ ବୃଦ୍ଧି କରିଥାଏ।

Advertisment

ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥରେ ଅତ୍ୟଧିକ ରାସାୟନିକ ସଂରକ୍ଷକ ଏବଂ କ୍ଷତିକାରକ ଫ୍ୟାଟ୍ ରହିଥାଏ। ଶ୍ରୀ ଜିନ୍ଦଲ ସରକାରଙ୍କୁ କଠୋର ଖାଦ୍ୟ ଲେବଲିଂ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରିଛନ୍ତି। ରିଫାଇନ୍‌ଡ ତେଲ ଏବଂ ମାତ୍ରାଧିକ ପ୍ରକ୍ରିୟାକୃତ ଖାଦ୍ୟର ସ୍ୱାସ୍ଥ୍ୟ ପ୍ରଭାବ ଉପରେ ଏକ ଶ୍ୱେତପତ୍ର ଜାରି କରିବାକୁ ସେ ଅନୁରୋଧ କରିଛନ୍ତି।