ବ୍ୟାଙ୍କ ମିଶ୍ରଣ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କ ମଧ୍ୟରେ ହେବାକୁ ଥିବା ମିଶ୍ରଣକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ (ୟୁବିଏଫ୍‌ୟୁ) ପକ୍ଷରୁ ଆଜି ବିଜୟା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୟୁବିଏଫ୍‌ୟୁର ଆବାହକ ସମ୍ବିତ ମିଶ୍ରଙ୍କ ନେତୃତ୍ୱ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭ ପ୍ରଦର୍ଶନରେ ବେଫିର ପ୍ରକାଶ ରାୟ, ଏଆଇବିଇଏର ସଞ୍ଜୀବ ପତି ଓ ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ସଂଘର ଦାମୋଦର ନନ୍ଦ ଓ ଅନ୍ୟମାନେ ସାମିଲ ହୋଇଥିଲେ। ତିନି ବ୍ୟାଙ୍କ ମିଶ୍ରଣ ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ସେମାନେ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର