ସାଢ଼େ ୪ଲକ୍ଷ ଟଙ୍କାରେ ଦିଲ୍ଲୀ-ମୁମ୍ବାଇରେ ମିଳୁଛି ଇଲେକ୍ଟ୍ରିକ କାର!

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଆଜିକାଲି ଲୋକମାନେ ଇଲେକ୍ଟ୍ରିକ ବାହାନ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଗତ କିଛି ବର୍ଷ ହେବ ଇଲେକ୍ଟ୍ରିକ ବାହାନଗୁଡ଼ିକର ଚାହିଦା ବୃଦ୍ଧି ପାଇଥିବାର ଦେଖିବାକୁ ମିଳୁଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅନେକ କମ୍ପାନି ବି ଇଲେକ୍ଟ୍ରିକ ବାହାନ ବାହାର କରିବା ପାଇଁ ଯୋଜନା ଆରମ୍ଭ କରି ସାରିଲେଣି।

ଦେଖିବାକୁ ଗଲେ ପେଟ୍ରୋଲ ଓ ଡିଜେଲ କାର ତୁଳନାରେ ଇଲେକ୍ଟ୍ରିକ କାର ଦର ଅଧିକ ରହିଛି। ଯେଉଁ କାରଣରୁ ଗ୍ରାହକ ଏହାକୁ ଇଚ୍ଛା କରି ମଧ୍ୟ କିଣି ପାରୁ ନାହାନ୍ତି। ଏହି କ୍ରମରେ ମୁମ୍ବାଇର ଏକ ଷ୍ଟାର୍ଟଅପ କମ୍ପାନି ଦାବି କରିଛି କି, ତାର ଇଲେକ୍ଟ୍ରିକ କାର ଦୁନିଆରେ ସବୁଠାରୁ ଶସ୍ତା ରହିଛି।

ଏହି ସ୍ବତନ୍ତ୍ର କାର ତିଆରି କରିଥିବା କମ୍ପାନି ନାମ ଷ୍ଟ୍ରୋମ ମଟରସ ରହିଛି। ଏହାର ମୁଖ୍ୟାଳୟ ମୁମ୍ବାଇରେ ରହିଛି। ଏହି କମ୍ପାନି ଷ୍ଟ୍ରୋମ ଆର୩ ନାମରେ ସାଢ଼େ ୪ଲକ୍ଷ ଟଙ୍କାରେ ଇଲେକ୍ଟ୍ରିକ କାର ବିକ୍ରି କରୁଛି। ଏହି କାର କିଣିବାକୁ ଇଚ୍ଛା ରଖିଥିବା ଗ୍ରାହକ ୧୦ହଜାର ଟଙ୍କାରେ ପ୍ରି-ବୁକିଂ କରି ପାରିବେ। ଏଯାବତ ଏହା ପୂରା ଦେଶରେ ବିକ୍ରି ପାଇଁ ଉପଲବ୍ଧ ହୋଇ ନାହିଁ।

ଏହି କାରକୁ ଦିଲ୍ଲୀ-ଏନସିଆର ଓ ମୁମ୍ବାଇରୁ ହିଁ ଲୋକେ କିଣି ପାରିବେ। ଗ୍ରାହକଙ୍କୁ ଏହି କାରର ଲୁକ ବେଶି ପ୍ରଭାବିତ କରୁଛି। ଯଦି ଆପଣ ପ୍ରତିଦିନ ୫୦କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି ଏହି କାର ଆପଣଙ୍କ ପାଇଁ ଭଲ ବିକଳ୍ପ ରହିବ।

ସମ୍ବନ୍ଧିତ ଖବର