ଭୁବନେଶ୍ବର: ବିଶାଖାପାଟଣାର ଓକ୍ରିଜ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଆରମ୍ଭ କରାଯାଇଥିବା ଇଣ୍ଟରନ୍ୟାସନାଲ୍ ବ୍ୟାକ୍‌ଲରେଟି ଡିପ୍ଲୋମା ପ୍ରୋଗ୍ରାମ୍ (ଆଇଡିବିପି) ଭୁବନେଶ୍ବରରୁ ଆସିଥିବା ଛାତ୍ର ଅର୍ନବଙ୍କ ପାଇଁ ବିଶେଷ ସହାୟକ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷଙ୍କ କହିଛନ୍ତି। ଆଫ୍ରିକାରେ ପଢ଼ାଯାଉଥିବା ପାଠ ପଢ଼ିବା ଲାଗି ସେ ବିଶାଖାପାଟଣାରେ ଏକ ସ୍କୁଲ ଖୋଜିବାରେ ବହୁ ସମସ୍ୟା ସାମ୍ନା କରିଥିଲେ। ମାତ୍ର ଓକ୍ରିଜ୍‌ର ଆଇଡିବିପି କାର୍ଯ୍ୟକ୍ରମରେ ତାଙ୍କ ସନ୍ଧାନ ଶେଷ ହୋଇଥିଲା। ଗତ ସାତ ବର୍ଷ ଧରି ସେ ସ୍କୁଲର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଥିବା ବେଳେ ଉଭୟ ପାଠପଢ଼ା ଓ ଖେଳକୁଦରେ ଉତ୍କର୍ଷ ହାସଲ କରିଛନ୍ତି। ଓକ୍ରିଜ୍‌ର ଆଇବିଡିପି ସଂଯୋଜିକା ପଲ୍ଲବୀ ଯୋଶୀ କହିଛନ୍ତି ଯେ ଅର୍ବନ ହେଉଛନ୍ତି ଆମର ଜଣେ ପ୍ରତିଭାବାନ ଛାତ୍ର। ସର୍ବଦା ନିଜ ପରିସରକୁ ବଢ଼ାଇବା ଲାଗି ସେ ଉଦ୍ୟମ କରୁଛନ୍ତି। ଓକ୍ରିଜ୍‌ର ପ୍ରିନ୍‌ସିପାଲ୍ ଶୈଲା ଭାମିଦିପତି କହିଛନ୍ତି ଯେ ଅର୍ନବ ହେଉଛନ୍ତି ଜଣେ ହାଉସ୍‌ କ୍ୟାପ୍‌ଟେନ୍। କିଙ୍ଗସ୍‌ କଲେଜ୍ ଲଣ୍ଡନ, ଆରିଜୋନା ଷ୍ଟେଟ୍‌ ୟୁନିଭର୍ସିଟି, କ୍ବିନ୍‌ସ ମେରି ବିଶ୍ବବିଦ୍ୟାଳୟ ଲଣ୍ଡନ, ପୁରଡ୍ୟୁ ବିଶ୍ବବ୍ୟାଙ୍କ ଏବଂ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରୁ ତାଙ୍କ ପାଖକୁ ଆସିଥିବା ପ୍ରସ୍ତାବ ତାଙ୍କ ପ୍ରତିଭାର ପରିଚୟ। ଓକ୍ରିଜ୍‌ର ଆଇବି କାର୍ଯ୍ୟକ୍ରମ ମୋତେ ବିଶେଷ ସହାୟକ ହୋଇଛି ବୋଲି ଅର୍ନବ କହିଛନ୍ତି।