‘ଷ୍ଟାଇଲ୍‌ ସୁଜ୍‌’ ସାରା ରାଜ୍ୟରେ ଷ୍ଟୋର୍‌ ଖୋଲିବ

ଭୁବନେଶ୍ୱର: ରାଜ୍ୟ ଜୋତା ବଜାରର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ‘ଷ୍ଟାଇଲ୍‌ ସୁଜ୍‌’ ସାରା ଓଡ଼ିଶାରେ ଏହାର ଷ୍ଟୋର୍‌ ଖୋଲିବାକୁ ଯୋଜନା ରଖିଛି। ସୟଦ ହୁସେନ୍‌ ଅହମ୍ମଦଙ୍କ ନେତୃତ୍ୱରେ ବ୍ୟବସାୟ ପ୍ରଦର୍ଶନର ଶୀର୍ଷରେ ଥିବା ଏହି ସଂସ୍ଥା ଫ୍ରାଞ୍ଚାଇଜି ମଡେଲ୍‌ରେ ଏହାର ଷ୍ଟୋର୍‌ ସଂଖ୍ୟା ବଢ଼ାଇବାକୁ ଚାହୁଁଛି। ଫ୍ରାଞ୍ଚାଇଜି ପାର୍ଟନରଙ୍କୁ ଏହା ଉତ୍ପାଦଠାରୁ ଆରମ୍ଭ କରି ଅନ୍ୟ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ଫ୍ରାଞ୍ଚାଇଜି ସହଯୋଗୀମାନେ ଯେଭଳି ଉଲ୍ଲେଖନୀୟ ଲାଭ କରିପାରିବେ ସେଥିପାଇଁ ଷ୍ଟାଇଲ୍‌ ସୁଜ୍‌ ସବୁ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଏହାର ଏମ୍‌ଡି ଶ୍ରୀ ଅହମ୍ମଦ କହିଛନ୍ତି। ଷ୍ଟାଇଲ୍‌ ସୁଜ୍‌ର ଫ୍ରାଞ୍ଚାଇଜି ନେବାକୁ ଯେଉଁମାନେ ଆଗ୍ରହୀ ସେମାନେ କଂପାନି ସହିତ ଯୋଗାଯୋଗ କରିପାରିବେ ବୋଲି ଶ୍ରୀ ଅହମ୍ମଦ କହିଛନ୍ତି। ଚଳିତ ବର୍ଷ ଷ୍ଟାଇଲ୍‌ ସୁଜ୍‌ ୨୩ ବର୍ଷରେ ପଦାର୍ପଣ କରିଛି। ଏହା ୧୯୯୫ରେ ଏହାର ଯାତ୍ରା ଅଶୋକ ନଗରରୁ ଆରମ୍ଭ କରିଥିଲା। ଏବେ ସଂସ୍ଥାର ୬ଟି ଷ୍ଟୋର ରହିଛି। ଚାରିଟି ଭୁବନେଶ୍ୱରରେ ଥିବା ବେଳେ ୨ଟି କଟକରେ ରହିଛି।

ଷ୍ଟାଇଜ୍‌ ସୁଜ୍‌ ସବୁ ପ୍ରକାର ଅଗ୍ରଣୀ ବ୍ରାଣ୍ଡ୍‌ ଯଥା ଆଦିଦାସ୍‌, ରିବକ୍‌, ନାଇକ୍‌, ଉଡ୍‌ଲ୍ୟାଣ୍ଡ୍‌, କ୍ୟାମ୍ପସ୍‌, ଲାନ୍‌ସର୍‌, ଲିକୁପର୍‌ ଏବଂ ସ୍କେଚର୍ସର ଜୋତା, ଚପଲ ଆଦି ବିକ୍ରି କରୁଛି। ଏହା ପୁରୁଷ, ମହିଳା ଏବଂ ଶିଶୁ ସମସ୍ତଙ୍କ ପାଇଁ ଜୋତା ଉପଲବ୍ଧ କରାଉଛି। ପ୍ରତିବର୍ଷ ଆମେ ନୂଆ ବ୍ରାଣ୍ଡ୍‌ ଏବଂ ଆକର୍ଷଣୀୟ ଡିଜାଇନ୍‌ର ସାମଗ୍ରୀ ଆମ ଷ୍ଟୋର୍‌ରେ ଉପଲବ୍ଧ କରାଇବାକୁ ପ୍ରୟାସ କରିଥାଉ ବୋଲି ଶ୍ରୀ ଅହମ୍ମଦ କହିଛନ୍ତି। ଏହା ଜୋତାର ଉଭୟ ଖୁଚୁରା ଏବଂ ପାଇକାରୀ କାରବାର କରୁଛି। ରାଜ୍ୟର ଅନେକ ଷ୍ଟୋର୍‌କୁ ଏହା ସାମଗ୍ରୀ ଯୋଗାଇ ଦେଉଛି। ଏହାର ନିଜ ମାଲିକାନାରେ ଥିବା ଷ୍ଟୋର୍‌ଗୁଡ଼ିକରେ ବିଭିନ୍ନ ପ୍ରକାର ଆକ୍‌ସେସୋରିଜ୍‌ ମଧ୍ୟ ବିକ୍ରି କରାଯାଊଛି।

ସମ୍ବନ୍ଧିତ ଖବର