ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନଙ୍କୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ରେ ଭାରତର କାର୍ଯ୍ୟନିର୍ବାହୀ ନିର୍ଦେଶକ (ଇଡି) ଭାବେ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛି। ବର୍ତ୍ତମାନ ସେ ଇଣ୍ଡିଆନ ସ୍କୁଲ ଅଫ୍ ବିଜନେସ୍ରେ ପ୍ରଫେସର (ଫାଇନାନ୍ସ) ଭାବେ କାମ କରୁଛନ୍ତି। ଆଇଏମ୍ଏଫ୍ରେ ତାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ନଭେମ୍ବର ୧ରୁ ଆରମ୍ଭ ହେବ ଓ ତିନି ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ସେହି ପଦରେ କାମ କରିବେ। ଆଇଏମ୍ଏଫ୍ ଇଡି ଭାବେ ଡକ୍ଟର ସୁରଜିତ ଭଲ୍ଲାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଅକ୍ଟୋବର ୧୦ରେ ଶେଷ ହେବ। ତାଙ୍କୁ ୨୦୧୯ ଅକ୍ଟୋବରେ ଉକ୍ତ ପଦରେ ନିଯୁକ୍ତି ମିଳିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp