ଜିଏସ୍‌ଟି ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ପାଗଳାମି: ସ୍ବାମୀ

ହାଇଦ୍ରାବାଦ : ଏନ୍‌ଡିଏ ସରକାରଙ୍କ ସର୍ବବୃହତ ପରୋକ୍ଷ ଟିକସ ସଂସ୍କାର ଜିଏସ୍‌ଟିକୁ ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ପାଗଳାମି ଭାବେ ବର୍ଣ୍ଣନା କରିଛନ୍ତି ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣିଅନ୍ ସ୍ବାମୀ। ଏକ କାର୍ଯ୍ୟକ୍ରମରେ ବକ୍ତବ୍ୟ ଦେଇ ସେ କହିଛନ୍ତି, ଜିଏସ୍‌ଟି ଏତେ ଜଟିଳ ଯେ କେଉଁ ଫର୍ମ ପୂରଣ କରିବାକୁ ହେ‌ବ ତାହା କେହି ବୁଝିପାରୁନାହାନ୍ତି। ଏହାକୁ କମ୍ପ୍ୟୁଟରରେ ଅପଲୋଡ୍‌ କରିବାକୁ କୁହାଯାଉଛି। ରାଜସ୍ଥାନର ବାର୍‌ମର୍‌ର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ନିଜ ଅଞ୍ଚଳରେ ବିଦ୍ୟୁତର ଅଭାବ ଥିବା ଜଣାଇଥିଲେ ଏବଂ ପ୍ରଶ୍ନ କରିଥିଲେ କିଭଳି ଫର୍ମ ଅପ୍‌ଲୋଡ୍ କରିବୁ? ନିଜ ମୁଣ୍ଡରେ ଅପ୍‌ଲୋଡ୍ କର ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଯାଅ ବୋଲି ମୁଁ ସେହି ବ୍ୟକ୍ତିଙ୍କୁ ପରାମର୍ଶ ଦେଇଥିଲି ବୋଲି ସ୍ବାମୀ କହିଥିଲେ।

ସମ୍ବନ୍ଧିତ ଖବର