ଏଲନ୍‌ ଛାତ୍ରଛାତ୍ରୀଙ୍କ ସଫଳତା

କୋଟା: ଚଳିତବର୍ଷର ନିଟ୍ ଫଳ ପ୍ରକାଶ ପାଇଛି। ଏଥିରେ ଏଲନ୍‌କୁ ଜବରଦସ୍ତ ସଫଳତା ମିଳିଛି। ସାରା ଦେଶରେ ଏଲନ କ୍ଲାସରୁମ୍ ଛାତ୍ର ନଳିନ ଖଣ୍ଡେଲୱାଲ ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଟପ୍‌ ୧୦ରେ ଏହି ସଂସ୍ଥାର ୮ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି। ସଂସ୍ଥାର ନିର୍ଦେଶକ ବ୍ରଜେଶ ମାହେଶ୍ବରୀ କହିଛନ୍ତି, ଏଲନ୍ ଏହାର ଉତ୍କର୍ଷ ପ୍ରତିପାଦିତ କରିଛି। ଟପର ହୋଇଥିବା ରାଜସ୍ଥାନର ଛାତ୍ର ନଳିନ ୭୦୧ ନମ୍ବର ରଖିଛନ୍ତି। ନଳିନ ଦଶମ ଶ୍ରେଣୀରେ ନଳିନ ୯୨ ପ୍ରତିଶତ ଏବଂ ଦ୍ବାଦଶ ଶ୍ରେଣୀରେ ୯୫.୮ ପ୍ରତିଶତ ନମ୍ବର ରଖିଥିଲେ। ନଳିନର ବାପା ଓ ମାଆ ଉଭୟ ଡାକ୍ତର ହୋଇଥିବାବେଳେ ବଡ଼ ଭାଇ ଏନଏନଏମସି ଯୋଧପୁରରେ ଏମବିବିଏସ ପାଠ ପଢ଼ୁଛନ୍ତି। ନଳିନଙ୍କ ବ୍ୟତୀତ ଭାବିକ ବନସଲ ଦ୍ବିତୀୟ, ସାତ୍ତ୍ବିକ ଭାଟିଆ ଚତୁର୍ଥ, ଅନନ୍ତ ଜ‌ୈନ ପଞ୍ଚମ, ସାର୍ଥକ ରାଘବେନ୍ଦ୍ର ଭଟ୍ଟ ଷଷ୍ଠ, ଧ୍ରୁବ କୁଶୱାହା ଅଷ୍ଟମ, ମିହିର ରାୟ ନବମ ଏବଂ ରାଘବ ଦୁବେ ଦଶମ ସ୍ଥାନ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର